ପେଟିଏମ୍‌ ମଲ୍‌ରେ ଗ୍ରାଣ୍ଡ ଫିନାଲେ ସେଲ୍‌ : ସ୍ମାର୍ଟଫୋନ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ଥିବାରୁ ଦେଶର ପ୍ରମୁଖ ଇ-କମର୍ସ କମ୍ପାନିମାନେ ନିଜ ନିଜର ଅଫର ଘୋଷଣା କରିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ଫ୍ଲିପକାର୍ଟ ଓ ଆମାଜନ ଦ୍ୱାରା ଘୋଷିତ ଅଫର । ଏବେ ପେଟିଏମ୍‌ ପକ୍ଷରୁ ମଧ୍ୟ ଏକ ଅଫର ଘୋଷଣା କରାଯାଇଛି । ପେଟିଏମ୍‌ର ଇ-କମର୍ସ ସଂସ୍ଥା ପେଟିଏମ୍‌ ମଲ୍‌ ପକ୍ଷରୁ ଏହି ସେଲ୍‌ ଘୋଷଣା କରାଯାଇଛି ତାହାର ନାଁ ରହିଛି ଗ୍ରାଣ୍ଡ୍‌ ଫିନାଲେ ସେଲ୍‌ । ଏହି ତିନିଦିନିଆ ସେଲ୍‌ ମାଧ୍ୟମରେ ବିଭିନ୍ନ ଇଲେକ୍ଟ୍ରୋନିକ ସାମଗ୍ରୀ ଉପରେ ଆକର୍ଷଣୀୟ ରିହାତି ଓ କ୍ୟାସବ୍ୟାକ୍‌ ପ୍ରଦାନ କରାଯାଉଛି । ଟପ୍‌ ଇଲେକ୍ଟ୍ରୋନିକ୍ସ ଓ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ଯଥା ଆପଲ, ସାମସଙ୍ଗ,ମଟୋରୋଲା, ଲିନୋଭୋ, ସାଓମୀ ଆଦି ଉପରେ ଏସବୁ ରିହାତି ଦିଆଯାଉଛି ।

ବିଶ୍ୱର ସର୍ବାଧିକ ଲୋକପ୍ରିୟ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ଆପଲ ର ନୂଆ ମଡେଲ ଆଇଫୋନ-ଟେନ୍‌ର (୬୪ ଜିବି ଭାରିଆଣ୍ଟ) ଉପରେ ୪ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ଏହି ରିହାତି ପରେ ଆଇଫୋନ-ଟେନ ପ୍ରାୟ ୮୫ହଜାର ଟଙ୍କାରେ ଉପଲବ୍ଧ ହେବ । ସେହପରି ଆଇଫୋନ୮ (୬୪ ଜିବି ଭାରିଆଣ୍ଟ) ଉପରେ ୭,୫୦୦ ଟଙ୍କାର ରିହାତି ଦିଆଯାଉଛି । ଫଳରେ ଏହି ହାଣ୍ଡସେଟ୍‌ ଏବେ ୫୮,୫୮୨ ଟଙ୍କାରେ ମିଳିବ । ଅନ୍ୟପକ୍ଷରେ ସାମସଙ୍ଗ ଫୋନଗୁଡିକ ମଧ୍ୟ ଆକର୍ଷଣୀୟ ଅଫର ମାଧ୍ୟମରେ ମିଳୁଛି । ଗାଲାକ୍ସି ଏସ୭ (୩୨ ଜିବି)ର ପ୍ରକୃତ ମୂଲ୍ୟ ୪୮,୯୦୦ ଟଙ୍କା ହୋଇଥିବାବେଳେ ତାହା ୩୨ ହଜାର ଟଙ୍କାରେ ମିଳୁଛି । କେବଳ ହାଇଏଣ୍ଡ ସ୍ମାର୍ଟଫୋନ ନୁହେଁ ବଜେଟ୍‌ ସ୍ମାର୍ଟଫୋନ ଯଥା ଲିନୋଭୋ, ମୋଟରୋଲା, ଓପ୍ପୋ ଏବଂ ଏଣ୍ଟ୍ରି ଲେବଲ ସ୍ମାର୍ଟଫୋନ ଯଥା ମାଇକ୍ରୋମାକ୍ସ, ଇଣ୍ଟେକ୍ସ, ସ୍ୱାଇପ୍‌ ଫୋନ ଉପରେ ମଧ୍ୟ ଆକର୍ଷଣୀୟ କ୍ୟାସବ୍ୟାକ ମିଳୁଛି ।

ସମ୍ବନ୍ଧିତ ଖବର