ପେଟିଏମ୍ ଏମ୍‌ଡିଙ୍କ ତଥ୍ୟ ଚୋରି କରି ବ୍ୟକ୍ତିଗତ ସଚିବ ଗିରଫ

ବ୍ଲାକ୍‌ମେଲ୍ କରି ୨୦ କୋଟି ମାଗୁଥିଲେ

ନୂଆଦିଲ୍ଲୀ,: ପେଟିଏମ୍‌ର ପରିଚାଳନା ନିର୍ଦେଶକ ବିଜୟ ଶେଖରଙ୍କ ତଥ୍ୟ ଚୋରି କରିଥିବା ଅଭିଯୋଗରେ ତାଙ୍କ ବ୍ୟକ୍ତିଗତ ସଚିବ ଓ ଅନ୍ୟ ତିନି ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ପେଟିଏମ୍‌ରେ କାମ କରୁଥିବା ଜଣେ କର୍ମଚାରୀ ମଧ୍ୟ ଅଛନ୍ତି। ବିଜୟଙ୍କ ବ୍ୟକ୍ତିଗତ ସଚିବଙ୍କ ସ୍ବାମୀଙ୍କୁ ମଧ୍ୟ ଗିରଫ କରାଯାଇଛି। ପୁଲିସ କହିବାନୁଯାୟୀ, ପେଟିଏମ୍‌ ମୁଖ୍ୟ ବିଜୟଙ୍କ ବ୍ୟକ୍ତିଗତ ତଥ୍ୟକୁ ଚୋରି କରିବା ‌ପରେ ଏହି ଚାରି ବ୍ୟକ୍ତି ତାଙ୍କଠାରୁ ୨୦ କୋଟି ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ତଥ୍ୟ ଲିକ୍‌ କରିବାକୁ ଧମକ ଦେଇଥିଲେ। ଧମକପୂର୍ଣ୍ଣ କଲ୍ କରିବା ପାଇଁ ସେମାନେ ଥାଇଲ୍ୟାଣ୍ଡ୍‌ର ଏକ ନମ୍ବରକୁ ବ୍ୟବହାର କରୁଥିଲେ। ହ୍ବାଟସ୍‌ଆପ୍ କଲ୍ କରି ଟଙ୍କା ମାଗୁଥିଲେ। କଂପାନି ତରଫରୁ ବ୍ଲାକ୍‌ମେଲ୍‌ କରୁଥିବା ବ୍ୟକ୍ତିଙ୍କ ଖାତାରେ ୬୭ ଲକ୍ଷ ଟଙ୍କା ଜମା କରାଯାଇଥିଲା। କିନ୍ତୁ ଏହା ପରେ ସେମା‌େ‌ନ ନିଜର ଦା‌ବି ବଢ଼ାଇ ଦେଇଥିଲେ ଓ ୨୦ କୋଟି ଟଙ୍କା ଦାବି କରିଥିଲେ। ବ୍ଲାକ୍‌ମେଲ୍‌ କରୁଥିବା ବ୍ୟକ୍ତିଙ୍କୁ ସନ୍ଧାନ କରିବା ପାଇଁ ପେଟିଏମ୍‌ ପକ୍ଷରୁ ଇସ୍ରାଏଲ୍‌ର ଏକ କଂପାନିର ସହାୟତା ନିଆଯାଇଥିଲା। ଏହା ପରେ ନୋଏଡା ସେକ୍ଟର ୨୦ ପୁଲିସ ଷ୍ଟେସନ୍‌ରେ ଏକ ମକଦ୍ଦମା ଦାୟର କରାଯାଇଥିଲା। କେଉଁ ଉପାୟରେ ସେମାନେ ବିଜୟଙ୍କୁ ବ୍ଲାକ୍‌ମେଲ୍ କରୁଥିଲେ ତାହା ଜାଣିବାକୁ ପୁଲିସ ପ୍ରୟାସ କରୁଛି।

ସମ୍ବନ୍ଧିତ ଖବର