ଏଣିକି ଗ୍ରାହକ ପେଟିଏମ୍‌ରୁ ବିନା ସୁଧରେ ନେଇ ପାରିବେ ୬୦ହଜାର ପର୍ଯ୍ୟନ୍ତ ଋଣ

ନୂଆଦିଲ୍ଲୀ: ଡିଜିଟାଲ ନେଣଦେଣ ପାଇଁ ସବୁଠାରୁ ବଡ଼ କମ୍ପାନି ପେଟିଏମ୍‌ ନିଜର ଗ୍ରାହକଙ୍କ ପାଇଁ ଋଣ ଖାତାର ଆରମ୍ଭ କରିଛି। ଋଣ ଖାତା ଜରିଆରେ ପେଟିଏମ୍‌ ନିଜର ବ୍ୟବହାରକାରୀଙ୍କୁ ୬୦ହଜାର ପର୍ଯ୍ୟନ୍ତ ଦେଉଛି। ବିଶେଷ କଥା ଟି ହେଉଛି, ପେଟିଏମ୍‌ ଏହି ଋଣ ଉପରେ କୌଣସି ସୁଧ ନେବ ନାହିଁ।

ପେଟିଏମ୍‌ ଏହି ସେବାକୁ ପେଟିଏମ୍‌ ପୋଷ୍ଟପେଡ୍‌ ସର୍ଭିସ୍‌ ନାମ ଦେଇଛି। ଏହି ଫିଚର ବର୍ତ୍ତମାନ ଭିଟା ଭର୍ସନ୍‌ରେ ଉପଲବ୍ଧ ଅଛି। ଏହି ସେବା ଜରିଆରେ ବ୍ୟବହାରକାରୀ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ପାରିବେ। ପରେ ଏହାକୁ ପୈଠ କରିବେ। ଅର୍ଥାତ୍‌ ପେଟିଏମ୍‌ର ଏହି ସେବା ଦ୍ୱାରା ଗ୍ରାହକ ମୋବାଇଲ୍‌ ରିଚାର୍ଜ, ଡିଟିଏଚ କନେକ୍‌ସନ୍‌ ରିଚାର୍ଜ, ମୁଭି ଟିକେଟର ବୁକିଂ ଓ ପେଟିଏମ୍‌ ଅନ୍‌ଲାଇନ୍‌ ମାର୍କେଟପ୍ଲେସ୍‌ରେ ସପିଂର ଫାଇଦା ଉଠାଇ ପାରିବେ।

ବ୍ୟବହାରକାରୀଙ୍କ ପାଖକୁ ମାସର ପ୍ରଥମ ତାରିଖରେ ବିଲ ପଠାଯିବ। ୭ ତାରିଖ ମଧ୍ୟରେ ଟଙ୍କା ପୈଠ କରି ଦେଲେ କୌଣସି ଚାର୍ଜ ଲାଗିବ ନାହିଁ। ବିଲ୍‌ ପୈଠ ଏକ ଓଟିପି ଓ ପିନ୍‌ ଜରିଆରେ କରାଯିବ। ନିଶ୍ଚିତ ସମୟରେ ପୈଠ ନକଲେ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ଡିଆକ୍ଟିଭ୍‌ କରି ଦିଆଯିବ।

ସମ୍ବନ୍ଧିତ ଖବର