ମୁଣ୍ଡପିଛା ଆୟ ୧,୧୨,୮୩୫ ଟଙ୍କା

ଅଭିବୃଦ୍ଧି ୭.୫%

ନୂଆଦିଲ୍ଲୀ: ଦେଶବାସୀଙ୍କ ମୁଣ୍ଡପିଛା ଆୟ ୮.୬% ବୃଦ୍ଧି ପାଇ ୧ ଲକ୍ଷ ୧୨ ହଜାର ୮୩୫ ଟଙ୍କା ହୋଇଛି। ୨୦୧୭-୧୮ରେ ମୁଣ୍ଡପିଛା ଆୟରେ ସାମାନ୍ୟ ବୃଦ୍ଧି ହୋଇଛି। ୨୦୧୬-୧୭ରେ ମୁଣ୍ଡପିଛା ଆୟ ପରିମାଣ ୧ ଲକ୍ଷ ୩ ହଜାର ୮୭୦ ଟଙ୍କା ଥିଲା। ୨୦୧୫-୧୬ରେ ତାହା ୯୪, ୧୩୦ ଟଙ୍କା ଥିଲା। ୨୦୧୭-୧୮ରେ ଦେଶର ଜାତୀୟ ଆୟ ପରିମାଣ ୧୬୫ ଲକ୍ଷ ୮୭ ହଜାର କୋଟି ଟଙ୍କା ହୋଇଛି। ୨୦୧୬-୧୭ରେ ତାହା ୧୫୦ ଲକ୍ଷ ୭୭ ହଜାର କୋଟି ଟଙ୍କା ଥିଲା। ଜାତୀୟ ଆୟରେ ପାଖାପାଖି ୧୦%ର ବୃଦ୍ଧି ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମାର୍ଚରେ ଶେଷ ହୋଇଥିବା ତ୍ରୟମାସ (କ୍ୟୁ୪)ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୭.୭%କୁ ବୃଦ୍ଧି ପାଇଛି। ବିମୁଦ୍ରାକରଣ ପରେ ଅର୍ଥନୀତି ଅଭିବୃଦ୍ଧିର ଏହା ହେଉଛି ସବୁଠୁ ଉଚ୍ଚ ସ୍ତର। ୨୦୧୭-୧୮ ଆର୍ଥିକ ବର୍ଷର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତ୍ରୟମାସରେ ଅଭିବୃଦ୍ଧି ହାର ଯଥାକ୍ରମେ ୫.୬%, ୬.୩% ଓ ୭% ଥିଲା। ଚତୁର୍ଥ ତ୍ରୟମାସର ତଥ୍ୟକୁ ମିଶାଇବା ପରେ ଜଣାପଡ଼ିଛି ଯେ ୨୦୧୭-୧୮ରେ ଦେଶର ଅଭିବୃଦ୍ଧି ହାର ୬.୭% ହୋଇଛି।

ସମ୍ବନ୍ଧିତ ଖବର