ପେଟ୍ରୋଲ୍‌ ୮୦ ଟପିଲା

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ୍ସଟ୍ରା ପ୍ରିମିୟମ୍‌ ବିଏସ୍‌-୪ ପେଟ୍ରୋଲ୍‌ ମୂଲ୍ୟ ୮୦ ଟଙ୍କା ସ୍ତର ଅତିକ୍ରମ କରିଛି। ଆସନ୍ତାକାଲି (ଗୁରୁବାର) ପାଇଁ ଏହି ପ୍ରିମିୟମ୍‌ ମାନର ପେଟ୍ରୋଲ୍‌ର ଲିଟର ପିଛା ଦର ୮୦ ଟଙ୍କା ୧୦ ପଇସା ହୋଇଛି। ସେହିପରି ଡିଜେଲ୍‌ର ଲିଟର ପିଛା ଦର ୭୫ ଟଙ୍କାରୁ ଅଧିକ ହୋଇଯାଇଛି। ଡିଜେଲ ମୂଲ୍ୟ ୭୫ ଟଙ୍କା ୨ ପଇସା ହୋଇଥିବା ବେଳେ ସାଧାରଣ ପେଟ୍ରୋଲ୍‌ର ଲିଟର ପିଛା ଦର ୭୭ ଟଙ୍କା ୧୮ ପଇସା ହୋଇଛି। କେବଳ ଭୁବନେଶ୍ୱରରେ ନୁହେଁ ସାରା ଦେଶରେ ଉଭୟ ପେଟ୍ରୋଲ୍‌ ଓ ଡିଜେଲ ଦରରେ ବୃଦ୍ଧିର ଧାରା ଜାରି ରହିଛି। ତେବେ ଏହି ବୃଦ୍ଧି ବେଶି ଦିନ ବଜାୟ ରହିବ ନାହିଁ ବୋଲି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଏସ୍‌ସି ଗର୍ଗ କହିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ୍‌ ମୂଲ୍ୟ ୧୩ ପଇସା ଓ ଡିଜେଲ୍‌ ମୂଲ୍ୟ ୧୪ ପଇସା ବୃଦ୍ଧି ପାଇଛି। ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ୭୪ ଡଲାର ପାଖାପାଖି ପହଞ୍ଚି ଯାଇଥିବାରୁ ତେଲ ଦର ବଢ଼ୁଛି।

ସମ୍ବନ୍ଧିତ ଖବର