ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ପାଇଁ ୧୯ ଦିନ ଧରି ବନ୍ଦ ଥିବା ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ପ୍ରଥମ ଥର ପାଇଁ ଗତକାଲି ହୋଇଥିଲା ବେଳେ ଆଜି ପୁଣି ଦ୍ୱିତୀୟ ଦିନ ପାଇଁ ମଧ୍ୟ ଏହି ବୃଦ୍ଧି ଘଟିଛି। ଭାରତୀୟ ତୈଳ ନିଗମ ଆଜି ଲିଟର ପିଛା ପେଟ୍ରୋଲ ମୂଲ୍ୟ ୧୫ ପଇସା ଏବଂ ଡିଜେଲ ମୂଲ୍ୟ ୨୩ ପଇସା ବୃଦ୍ଧି କରିଛି। ଗତକାଲି କମ୍ପାନି ପେଟ୍ରୋଲ ମୂଲ୍ୟ ୧୭ ପଇସା ଏବଂ ଡିଜେଲ ମୂଲ୍ୟ ୨୧ ପଇସା ବୃଦ୍ଧି କରିଥିଲା। ଆଇଓସିଏଲ ଏପ୍ରିଲ ୨୫ ତାରିଖରୁ ପେଟ୍ରୋଲ ଏବଂ ଡିଜେଲର ଦୈନିକ ମୂଲ୍ୟ ସଂଶୋଧନକୁ ବନ୍ଦ ରଖିଥିଲା। ଆଇଓସିଏଲ ଭଳି ଅନ୍ୟ ଦୁଇ ସରକାରୀ ତେଲ କମ୍ପାନି ଏଚ୍ପିସିଏଲ ଏବଂ ବିପିସିଏଲ ପକ୍ଷରୁ ମଧ୍ୟ ତେଲ ଦର ବୃ୍ଦ୍ଧି କରାଯାଇଛି।
ପେଟ୍ରୋଲ, ଡିଜେଲ ଦର ପୁଣି ବଢ଼ିଲା
/sambad/media/post_attachments/wp-content/uploads/2018/05/petrol-pump-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)