ପେଟ୍ରୋଲ, ଡିଜେଲ ଦର ବଢିଲା

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଦେଶର ବୃହତ୍ତମ ତୈଳ ମାର୍କେଟିଂ କମ୍ପାନି ଇଣ୍ଡିଆନ ଅଏଲ ଆଜି ପେଟ୍ରୋଲ୯ ପଇସା ଓ ଡିଜେଲ ୧୪ ପଇସା ବୃଦ୍ଧି କରିଛି ।¬

ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୭୬ ଟଙ୍କା ୨୫ ପଇସା ଓ ଡିଜେଲ ଦର ୬୭ ଟଙ୍କା ୭୫ ପଇସାକୁ ହ୍ରାସ ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୩ ଟଙ୍କା ୭୦ ପଇସା ଓ ଡିଜେଲ ୭୧ ଟଙ୍କା ୯୩ ପଇସାରେ ପହଞ୍ଚିଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୫ ଟଙ୍କା ୧୫ ପଇସା ଓ ଡିଜେଲ ୭୨ ଟଙ୍କା ୬୬ ପଇସାରେ ପହଞ୍ଚିଛି । ତେବେ ରାଜ୍ୟ ଭାଟ୍‌ ଦୃଷ୍ଟିରୁ ଏହି ଦରରେ ସାମାନ୍ୟ ତାରତମ୍ୟ ହୋଇପାରେ । ଗତ ମେ ୩୦ରେ ପ୍ରଥମ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ୧ ପଇସା ଲେଖାଏଁ ହ୍ରାସ ପାଇଥିଲା । ତେବେ ଏହାକୁ ନେଇ ସାରା ଦେଶରେ ସରକାରଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (ଇଣ୍ଡିଆନ ବାସ୍କେଟ୍‌)ର ମୂଲ୍ୟ ୭୩.୯୩ ଡଲାର ରହିଛି ।

ସମ୍ବନ୍ଧିତ ଖବର