ପେଟ୍ରୋଲ ୧୫ ପଇସା, ଡିଜେଲ ୧୪ ପଇସା କମିଲା

ନୂଆଦିଲ୍ଲୀ : କ୍ରମାଗତ ୬ଷ୍ଠ ଦିନ ପାଇଁ ହ୍ରାସ ପାଇଛି ପେଟ୍ରୋଲ ଦର । ପୁଣି ଗତ କାଲି ଅଟକି ଯାଇଥିବା ଡିଜେଲ ଆଜି ପୁଣି କମିଛି । ଆଜି ଦେଶର ବୃହତ୍ତମ ତୈଳ ମାର୍କେଟିଂ କମ୍ପାନି ଇଣ୍ଡିଆନ ଅଏଲ ପକ୍ଷରୁ ପେଟ୍ରୋଲ ଦର ୧୫ ପଇସା ଓ ଡିଜେଲ ଦର ୧୪ ପଇସା ହ୍ରାସ କରାଯିବା ବିଷୟ ଘୋଷଣା କରାଯାଇଛି । ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୭୭ ଟଙ୍କା ୯୬ ପଇସା ଓ ଡିଜେଲ ଦର ୬୮ ଟଙ୍କା ୯୭ ପଇସାକୁ ହ୍ରାସ ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୫ ଟଙ୍କା ୭୭ ପଇସା ଓ ଡିଜେଲ ୭୩ ଟଙ୍କା ୪୩ ପଇସାରେ ପହଞ୍ଚିଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୬ ଟଙ୍କା ୭୭ ପଇସା ଓ ଡିଜେଲ ୭୩ ଟଙ୍କା ୯୪ ପଇସାରେ ପହଞ୍ଚିଛି । ତେବେ ରାଜ୍ୟ ଭାଟ୍‌ ଦୃଷ୍ଟିରୁ ଏହି ଦରରେ ସାମାନ୍ୟ ତାରତମ୍ୟ ହୋଇପାରେ । ଏହି ହ୍ରାସ ସହ ବିଗତ ୬ ଦିନରେ ପେଟ୍ରୋଲ ଦର ୪୬ରୁ ୪୯ ପଇସା ଓ ଡିଜେଲ ଦର ୩୪ ରୁ ୩୬ ପଇସା ମଧ୍ୟରେ ହ୍ରାସ ପାଇଛି । ଗତ ମେ ୩୦ରେ ପ୍ରଥମ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ୧ ପଇସା ଲେଖାଏଁ ହ୍ରାସ ପାଇଥିଲା । ତେବେ ଏହାକୁ ନେଇ ସରା ଦେଶରେ ସରକାରଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ କେଲ (ଇଣ୍ଡିଆନ ବାସ୍କେଟ୍‌)ର ମୂଲ୍ୟ ୭୬.୫୧ ଡଲାର ରହିଛି ।

ସମ୍ବନ୍ଧିତ ଖବର