ଏବେ କମିବନି ତେଲ ଦର, ଉତ୍ପାଦ ଶୁଳ୍କ କମାଇବାକୁ ମନା କଲେ ସରକାର

ନୂଆଦିଲ୍ଲୀ:  ଆମ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ନୂଆ ନୂଆ ରେକର୍ଡ ଉଚ୍ଚତାରେ ପହଞ୍ଚିବାରେ ଲାଗିଛି । ଗୋଟିଏ ପଟେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଓ ସେପଟେ ଅଶୋଧିତ ତେଲ ଦର ବଢିବା ଫଳରେ ଦେଶରେ ତେଲ ଦର ବଢିଚାଲିଛି । ସରକାରଙ୍କ ତେଲ ଆମଦାନୀ ଖର୍ଚ୍ଚ ବଢିବା ଯୋଗୁଁ ଚଳନ୍ତି ଖାତା ନିଅଣ୍ଟ ବଢିବାର ଆଶଙ୍କା ଦେଖାଦେଇଛି । କିନ୍ତୁ ତେଲ ଉପରୁ ସରକାର ଉତ୍ପାଦ ଶୁଳ୍କ କମାଇବାକୁ ମନା କରିଦେଇଛନ୍ତି ।

ଗତ ଅଗଷ୍ଟ ୧୬ ତାରିଖରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କାମୂଲ୍ୟ ହ୍ରାସ ପାଇ ୭୧ ତଳକୁ ଖସିଯ଼ିବା ଫଳରେ ଭାରତର ତେଲ ଆମଦାନୀ ବ୍ୟୟ ବଢିଚାଲିଛିା ତେଲଦର ବୃଦ୍ଧି ଯ଼ୋଗୁଁ ଦେଶରେ ଜନ ଅସନ୍ତୋଷ ବଢିଚାଲିଥିବା ସତ୍ତ୍ବେ ସରକାର ତେଲ ଉପରୁ ଆଦାୟ କରୁଥିବା ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ମନା କରିଦେଇଛନ୍ତିା ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାରଙ୍କ ରାଜସ୍ବ କମିବା ଆଶଙ୍କା ରହିଛି, ଏହା ଫଳରେ ରାଜସ୍ବ ନିଅଣ୍ଟ ବଢିବାର ସମ୍ଭାବନା ରହିଛିା ଏହି କାରଣରୁ ସରକାର ଶୁଳ୍କ ହ୍ରାସ ପାଇଁ ରାଜି ହେଉନାହାନ୍ତିା ଏଣୁ ଆଗାମୀ କିଛି ଦିନ ପର୍ଯ଼୍ୟନ୍ତ ଦେଶରେ ତେଲ ଶସ୍ତା ହେବାର ସମ୍ଭାବନା ନାହିଁ

ଆଜି ମଧ୍ୟ ରାଷ୍ଟ୍ରାୟତ ତେଲ କମ୍ପାନିମାନେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢାଇଛନ୍ତି । ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଟ.୭୯.୫୧ ଓ ଡିଜେଲ ଦର ଟ.୭୧.୫୫ କୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଟ.୮୬.୯୧ଓ ଡିଜେଲ ଦର ଟ୭୫.୯୬ କୁ ବୃଦ୍ଧି ପାଇଛି । ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯ଼ଥାକ୍ରମେ ଟ.୭୮.୩୮ ଓ ଟ.୭୬.୭୭କୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର