୩୬ ଦିନ ପରେ ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ : ଦୀର୍ଘ ୩୬ ଦିନ ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଯୋଗୁଁ ଆଜି ରାଷ୍ଟ୍ରାୟତ ତେଲ କମ୍ପାନି ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ଦର ବଢାଇଛନ୍ତି । ପେଟ୍ରୋଲ ଦର ଲିଟର ପିଛା ୧୬-୧୭ ପଇସା ଓ ଡିଜେଲ ଲିଟର ପିଛା ୧୦-୧୨ ପଇସା ବୃଦ୍ଧି ପାଇଛି । ଏହି ବୃଦ୍ଧି ସହ ଦିଲ୍ଲୀରେ ପେଟ୍ରୋଲ ଦର ଟ. ୭୫.୭୧ ଓ ଡିଜେଲ ଦର ଟ.୬୭.୫୦କୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଟ.୮୩.୧୦ ଓ ଡିଜେଲ ୭୮.୩୯ ଏବଂ ଭୁବନେଶ୍ୱରରେ ପେଟ୍ରୋଲ ଟ.୭୪.୫୪ ଓ ଡିଜେଲ ଟ.୭୨.୩୫କୁ ବୃଦ୍ଧି ପାଇଛି ।

ଗତ ମେ ୩୦ରେ ପ୍ରଥମ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ୧ ପଇସା ଲେଖାଏଁ ହ୍ରାସ ପାଇଥିଲା । ତେବେ ଏହାକୁ ନେଇ ସାରା ଦେଶରେ ସରକାରଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (ଇଣ୍ଡିଆନ ବାସ୍କେଟ୍‌)ର ମୂଲ୍ୟ  ୭୫.୧୭ ଡଲାର ରହିଛି ।

ସମ୍ବନ୍ଧିତ ଖବର