ଆଗକୁ ପେଟ୍ରୋଲ, ଡିଜେଲ ଦର ଆହୁରି ବଢିିବ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ଡଲାର ତୁଳନାରେ ଟଙ୍କା ଦୂର୍ବଳ ହୋଇ ୭୦ ଟପିବା ପରେ ରାଷ୍ଟ୍ରାୟତ ତେଲ କମ୍ପାନିମାନଙ୍କ ଉପରେ ଚାପ ବଢିଯାଇଛି । ଗୋଟିଏ ପଟେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ଉଚ୍ଚସ୍ତରରେ ଥିବାବେଳେ ଟଙ୍କା ଦୁର୍ବଳ ହେବା ଫଳରେ ତେଲକମ୍ପାନିମାନେ ତେଲ କିଣିବାକୁ ଅଧିକ ଡଲାର ବ୍ୟୟ କରିବେ । ଏକ ହିସାବ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଭାରତର ତୈଳ ଆମଦାନୀ ବ୍ୟୟଭାର ପ୍ରାୟ ୨୬ ବିଲିୟନ ଡଲାର ବଢିବ । ଏହାର ସିଧାସଳଖ ଅର୍ଥ ହେଉଛି ଆଗାମୀ ଦିନରେ ଦେଶରେ ପେଟ୍ରୋଲ, ଡିଜେଲ ଦର ଆହୁରି ବଢିବ ।

ଗତ ଆର୍ଥିକ ବର୍ଷ ଅର୍ଥାତ ୨୦୧୭-୧୮ରେ ଭାରତ ତେଲ ଆମଦାନୀ ବାବଦରେ ପ୍ରାୟ ୮୭.୯ ବିଲିୟନ ଡଲାର ବ୍ୟୟ କରିଥିଲା । ଭାରତ ନିଜ ଆବଶ୍ୟକତାର ପ୍ରାୟ ୮୦ ପ୍ରତିଶତ ତେଲ ଆମଦାନୀ କରେ । ପୂର୍ବରୁ ଭାରତ ଇରାନରୁ ଶସ୍ତାରେ ତେଲ ଆମଦାନୀ କରୁଥିବାବେଳେ ଆମେରିକା ଚାପରେ ତାହାକୁ ମଧ୍ୟ କମେଇବା ଆରମ୍ଭ କରିଛି । ତୁର୍କୀରେ ଆର୍ଥିକ ସଂକଟ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଡଲାର ମୂଲ୍ୟ ସୁଦୃଢ ହୋଇଥିବାରୁ ଭାରତ ସମେତ ବିଭିନ୍ନ ଦେଶର ମୁଦ୍ରା ଦୁର୍ବଳ ହୋଇଛି ।

ସମ୍ବନ୍ଧିତ ଖବର