୯୦ରୁ ଅଧିକ ଦେଶରେ ପେଟ୍ରୋଲ୍‌ ଦର କମ୍‌, ଜାଣନ୍ତୁ କେଉଁ ଦେଶରେ କେତେ

ଭାରତରେ ପେଟ୍ରୋଲ୍‌ ଦର ବହୁତ ଅଧିକ ରହିଛି। ଏବେ ଏହା ସର୍ବାଧିକସ୍ଥରରେ ପହଞ୍ଚିଛି।   ମାଲେସିଆ, ଇଣ୍ଡୋନେସିଆ, ଫିଲିପାଇନ୍ସ, ନେପାଳ ଓ ଅନ୍ୟ ୮୯ଟି ଦେଶର ଲୋକମାନେ ଭାରତଠାରୁ କମ୍‌ ଦରରେ ପେଟ୍ରୋଲ୍‌ କିଣୁଛନ୍ତି। ଉଚ୍ଚ ପେଟ୍ରୋଲ୍‌ ଦର ଦୃଷ୍ଟିରୁ ବିଶ୍ୱର ୧୬୭ଟି ଦେଶ ମଧ୍ୟରେ ଭାରତ ୯୦ତମ ସ୍ଥାନରେ ରହିଛି।

ଇରାନରେ ସବୁଠୁ କମ୍‌ ୨୦ ଟଙ୍କା ୪୩ ପଇସାରେ ଏକ ଲିଟର ପେଟ୍ରୋଲ୍‌ ମିଳୁଥିବା ବେଳେ ଆଇସଲ୍ୟାଣ୍ଡ୍‌ରେ ଏହି ଦର ସର୍ବାଧିକ ୧୪୩ ଟଙ୍କା ରହିଛି। ବ୍ଲୁମ୍‌ବର୍ଗ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ ଏକ ଲିଟର ପେଟ୍ରୋଲ୍‌ କିଣିବା ପାଇଁ ଗୋଟିଏ ଦିନର ମଜୁରୀର ୨୦.୧୧% ଖର୍ଚ କରିବାକୁ ପଡୁଛି। ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ଭାରତଠାରୁ କମ୍‌ ମୂଲ୍ୟରେ ପେଟ୍ରୋଲ୍‌ ବିକ୍ରି ହେଉଛି। ପ୍ରତିଦିନ ତେଲ ଦର ବଢ଼ିଚାଲିଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଜନଅସନ୍ତୋଷ ବ୍ୟାପୁଛି।  ଭାରତର ଅଧିକାଂଶ ରାଜ୍ୟ.ରେ ପେଟ୍ରୋଲ୍‌ ଦର ୭୫ ଟଙ୍କା ଉପ.ରେ ରହିଛି।

 

ସମ୍ବନ୍ଧିତ ଖବର