ଭୁବନେଶ୍ୱରରେ ପେଟ୍ରୋଲ ୭୦ ଟଙ୍କା ତଳକୁ ଖସିଲା

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଖୁସି ଖବର । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୭୦ ଟଙ୍କା ତଳକୁ ଖସିଯାଇଛି । ଆଜି ଦେଶବ୍ୟାପୀ ପେଟ୍ରୋଲ ଦର ଲିଟର ପିଛା ୪୦ ପଇସା ଓ ଡିଜେଲ ୪୧ ପଇସା କମିଛି । ଏହି ହ୍ରାସ ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଦର ଟ.୬୯.୮୭କୁ ଖସିଆସିଛି । କିନ୍ତୁ ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । ଆଜିର ହ୍ରାସ ପରେ ଭୁବନେଶ୍ୱରରେ ଡିଜେଲ ଦର ଟ.୭୦.୨୩ କୁ ହ୍ରାସ ପାଇଛି । ଆସନ୍ତା କାଲି ଡିଜେଲ ବି ୭୦ ତଳକୁ ଖସିଯିବାର ସମ୍ଭାବନା ରହିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

ଅନ୍ୟପକ୍ଷରେ ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୦.୯୨ ଓ ଡିଜେଲ ଦର ଟ.୬୫.୫୫ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ କୁହାଯାଇଛି ।

କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅତି ଦ୍ରୁତ ଗତିରେ ତେଲ ଦର କମୁଥିବାବେଳେ ଭାରତୀୟ ବଜାରରେ ତେଲ କମ୍ପାନିମାନେ ସେହି ଅନୁପାତରେ ଦର କମାଉ ନାହାନ୍ତି । ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୫୯.୭୭ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୬୧.୪୭ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର