ବିନା କର୍ମଚାରୀରେ ଚାଲିବ ପେଟ୍ରୋଲ୍‌ ପମ୍ପ୍‌

ନୂଆଦିଲ୍ଲୀ: ଦେଶରେ ନୂଆ ଧରଣର ପେଟ୍ରୋଲ ପମ୍ପ୍‌ ଖୋଲିବ। ଏବେ ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ଯେଭଳି କୌଣସି ବ୍ୟାଙ୍କ କର୍ମଚାରୀଙ୍କ ଆବଶ୍ୟକ ପଡ଼ୁନାହିଁ ଆଗାମୀ ଦିନରେ ସେହିଭଳି ପେଟ୍ରୋଲ ପମ୍ପ୍‌ରେ ପେଟ୍ରୋଲ ଏବଂ ଡିଜେଲ ପକାଇବା ବେଳେ କୌଣସି ସେଲ୍‌ସମ୍ୟାନ୍‌ଙ୍କ ସହାୟତା ନେବାର ଆବଶ୍ୟକତା ପଡ଼ିବ ନାହିଁ। ଇ-ଓ୍ଵାଲେଟ୍‌ ସାହାଯ୍ୟରେ କ୍ୟାସଲେସ୍‌ ମୋଡ୍‌ରେ ଗ୍ରାହକମାନେ ଅର୍ଥ ପଇଠ କରି ପେଟ୍ରୋଲ ପମ୍ପ୍‌ରୁ ଗାଡ଼ିରେ ପେଟ୍ରୋଲ ଏବଂ ଡିଜେଲ ପକାଇବା ସୁବିଧା ପାଇବେ। ଏଥିସହିତ ଏହି ପେଟ୍ରୋଲ ପମ୍ପ୍‌ଗୁଡ଼ିକରୁ ଗ୍ରାହକମାନେ କିରାସିନ ତେଲ ମଧ୍ୟ କିଣିବା ସୁଯୋଗ ପାଇବେ। ଚଳିତମାସ ୧୦ ତାରିଖରେ ଏପ୍ରକାର ପୋର୍ଟେବଲ୍‌ ପେଟ୍ରୋଲ ପମ୍ପ ନିର୍ମାଣ ଲାଗି ଏଲିଞ୍ଜ୍‌ ନାମକ କମ୍ପାନିକୁ ପେଟ୍ରୋଲିୟମ ମନ୍ତ୍ରାଳୟର ମଞ୍ଜୁରି ମିଳିଯାଇଛି। ଏହି ପେଟ୍ରୋଲ ପମ୍ପ୍‌ ନିର୍ମାଣ ପାଇଁ ଏଲିଞ୍ଜ ଚେକ୍‌ ଗଣରାଜ୍ୟର କମ୍ପାନି ପେଟ୍ରୋକାର୍ଡଠାରୁ ପ୍ରଯୁକ୍ତିଗତ ସହାୟତା ନେବ। ଭାରତରେ ଏ ପ୍ରକାର ପେଟ୍ରୋଲ ପମ୍ପର୍‌ ଯନ୍ତ୍ରପାତି ନିର୍ମାଣ ହେବ।

ସମ୍ବନ୍ଧିତ ଖବର