୯ ଦିନରେ ପେଟ୍ରୋଲ୍‌ ଦର ୮୦ ପଇସା କମିଲା

ନୂଆଦିଲ୍ଲୀ: ବିଗତ ୯ ଦିନ ଭିତରେ ପେଟ୍ରୋଲ୍‌ର ଲିଟର ପିଛା ଦର ୮୦ ପଇସା ହ୍ରାସ ପାଇଛି। ଏହା ପୂର୍ବରୁ କ୍ରମାଗତ ୧୬ ଦିନ ପର୍ଯ୍ୟନ୍ତ ଉଭୟ ପେଟ୍ରୋଲ୍‌ ଓ ଡିଜେଲ ଦର ବଢ଼ିଥିଲା। ସେହି ସମୟରେ ପେଟ୍ରୋଲ୍‌ର ଲିଟର ପିଛା ମୂଲ୍ୟ ୩ ଟଙ୍କା ୫୫ ପଇସା ଓ ଡିଜେଲ ଦର ୨ ଟଙ୍କା ୭୮ ପଇସା ବଢ଼ିଥିଲା। ଆସନ୍ତାକାଲି ପାଇଁ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୬ ଟଙ୍କା ୨୩ ପଇସା ଓ ଡିଜେଲ ଦର ୭୩ ଟଙ୍କା ୫୨ ପଇସା ରହିଛି।

ସମ୍ବନ୍ଧିତ ଖବର