ଫୋନ ପେ ଆରମ୍ଭ କଲା ଏଟିଏମ ସୁବିଧା, ବିନା କୌଣସି ଦେୟରେ ଉଠାଇପାରିବେ ଟଙ୍କା

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଫୋନ ପେ ନୂଆ ସେବା ଆରମ୍ଭ କରିଛି | ଫୋନ ପେ ଏବେ ଏଟିଏମ ସେବାର ଶୁଭାରମ୍ଭ କରିଛି | କମ୍ପାନୀ ପକ୍ଷରୁ ଫୋନ ପେ ଏଟିଏମ ବାବଦରେ ଘୋଷଣା କରାଯାଇଛି | କମ୍ପାନୀ ପକ୍ଷରୁ ପ୍ରାରମ୍ଭିକ ଭାବେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଏହାକୁ ଆରମ୍ଭ କରାଯାଇଥିବାବେଳେ ଖୁବ ଶୀଘ୍ର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏଟିଏମ ସେବା ଆରମ୍ଭ କରାଯିବ |

Photo-bloombergquint

କିଭଳି ଓ କେତେ ଟଙ୍କା ଉଠାଇହେବ
ଫୋନ ପେ ଏଟିଏମ ସେବା ଅନୁସାରେ ଯଦି ଆପଣଙ୍କୁ ନଗଦ ଟଙ୍କାର ଆବଶ୍ୟକତା ରହୁଛି ତେବେ ଫୋନ ପେ ଏଟିଏମ ଦ୍ୱାରା ଆପଣ ଟଙ୍କା ଉଠାଇପାରିବେ | ତେବେ ବର୍ତ୍ତମାନ ପାଇଁ ଏକ ହଜାର ଟଙ୍କା ଯାଏଁ ଉଠାଇହେବ | ପରବର୍ତ୍ତୀ ସମୟରେ ଏହି ଟଙ୍କା ଉଠାଣ ସୀମାକୁ ବଢାଯିବ | ଏଥିପାଇଁ ଆପଣ ଯେଉଁ ଦୋକାନ ଫୋନ ପେ ସହ ସହବନ୍ଧିତ ଥିବା ତାହାକୁ ଫୋନ ପେ ଆପରେ ହିଁ ଖୋଜିବାକୁ ପଡିବ | ଏହା ପରେ ସେହି ଦୋକାନଙ୍କୁ ଯାଇ ଯେତିକି ଟଙ୍କା ଉଠାଇବାକୁ ହେବ ସେତିକି ଟଙ୍କା ଟ୍ରାନ୍ସଫର କରିବାକୁ ପଡିବ | ଟଙ୍କା ଟ୍ରାନ୍ସଫର ହୋଇଯିବା ପରେ ଦୋକାନୀ ଆପଣଙ୍କୁ ସର୍ବାଧିକ ୧ ହଜାର ଟଙ୍କା ଦେଇପାରିବେ | ବଡ କଥା ଯେ ଏଥିପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ | ଯେଉଁମାନଙ୍କ ଘର ପାଖରେ ଏଟିଏମ ନାହିଁ କିନ୍ତୁ ଫୋନ ପେ ସହ ସହବନ୍ଧିତ ଦୋକାନଟିଏ ଅଛି ସେମାନଙ୍କ ପାଇଁ ଏହା ଲାଭଦାୟକ ସାବ୍ୟସ୍ତ ହେବ |

ସମ୍ବନ୍ଧିତ ଖବର