ପିଆଜିଓ ଆଣିଲା ‘ଆପେ ସିଟି+’

ମୁମ୍ବାଇ: ପିଆଜିଓ ଭେଇକିଲ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ମଧ୍ୟମ ଧରଣର ବଡି ବିଶି‌ଷ୍ଟ ନୂଆ ତିନି ଚକିଆ ଯାତ୍ରୀବାହୀ ଯାନ ଆପେ ସିଟି+କୁ ଉନ୍ମୋଚନ କରାଯାଇଛି। ଏଥିରେ ୨୩୦ ସିସି ଇଞ୍ଜିନ ରହିଛି। ଏହା ଏଲ୍‌ପିଜି, ସିଏନ୍‌ଜି, ପେଟ୍ରୋଲ୍ ଓ ଡିଜେଲ୍‌ ଭଳି ଚାରି ପ୍ରକାର ଇନ୍ଧନ ବିକଳ୍ପରେ ଉପଲବ୍ଧ ହୋଇଛି। ଏହା‌ ଉନ୍ନତ ମାଇଲେଜ୍ ପ୍ରଦାନ କରିବ। ଯାତ୍ରୀମାନଙ୍କ ମୁଣ୍ଡ ଉପରେ ଓ ଗୋଡ଼ ପାଖରେ ଅଧିକ ଫାଙ୍କା ସ୍ଥାନ‌ ରହିବ। ଗାଡ଼ିରେ ଅଧିକ ଜିନିଷପତ୍ର ରଖିହେବ। ଏହା ଉପରେ କଂପାନି ପକ୍ଷରୁ ୩୬ ମାସ/ଏକ ଲକ୍ଷ କିଲୋମିଟରର ୱାରେଣ୍ଟି ପ୍ରଦାନ କରାଯାଉଛି। ତିନିଟି ସ୍ବତନ୍ତ୍ର ରଙ୍ଗରେ ଏହା ଉପଲବ୍ଧ ହେଉଛି। କଂପାନିର ଏମ୍‌ଡି ଓ ସିଇଓ ଡି‌ଏଗୋ ‌ଗ୍ରେଫି ଏହାକୁ ଉନ୍ମୋଚନ କରିଛନ୍ତି। ସହରାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆପେ ସିଟି+କୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ କଂପାନିର ଇଭିପି ସଜୁ ନାୟାର ଓ ଏସ୍‌ଭିପି ମିଲିନ୍ଦ କପୁର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର