୩ କମ୍ପାନି ହାତେଇଲେ ୧୦ ଜିଲ୍ଲା ପାଇପ୍‌ରେ ଗ୍ୟାସ୍‌ ଯୋଗାଣ

ଭୁବନେଶ୍ୱର: ଦେଶରେ ଲୋକଙ୍କୁ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଇ ଦେବା ଲାଗି ଶୁକ୍ରବାର ଅନୁଷ୍ଠିତ ପିଏନ୍‌ଜିଆର୍‌ବିର ୭୯ତମ ବୋର୍ଡ ବୈଠକରେ ୪୮ଟି ଭୌଗୋଳିକ ଅଞ୍ଚଳ ପାଇଁ କମ୍ପାନି ଚୟନ କରାଯାଇଛି। ୧୮ଟି କମ୍ପାନି ଏଥିରେ ସଫଳତା ହାସଲ କରିଛନ୍ତି। ଏମାନଙ୍କୁ ଆଗ୍ରହ ପତ୍ର ବା ଲେଟର ଅଫ୍‌ ଇଣ୍ଟେଣ୍ଟ ପ୍ରଦାନ କରିବା ଲାଗି ନିଷ୍ପତ୍ତି ହୋଇଛି। ୪୮ଟି ଭୌଗୋଳିକ ଅଞ୍ଚଳରେ ଓଡ଼ିଶାର ୪ଟି ରହିଛି। ଏହି ୪ଟି ଭୌଗୋଳିକ ଅଞ୍ଚଳରେ ଓଡ଼ିଶାର ୧୦ଟି ଜିଲ୍ଲା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଗଞ୍ଜାମ, ନୟାଗଡ଼ ଏବଂ ପୁରୀ। ଏଥିପାଇଁ ୩ଟି କମ୍ପାନି ବିଜୟୀ ହୋଇଛନ୍ତି। ସେମାନେ ହେଲେ ଗେଲ୍‌ ଗ୍ୟାସ ଲିମିଟେଡ, ଭାରତ ଗ୍ୟାସ୍‌ ଲିମିଟେଡ ଏବଂ ଆଦାନୀ ଗ୍ୟାସ ଲିମିଟେଡ। ଭାରତ ଗ୍ୟାସ୍‌ ରିସୋର୍ସେସ ଲିମିଟେଡକୁ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲା ମିଳିଛି। ଗେଲ୍‌ ଗ୍ୟାସ ଲିମିଟେଡକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ନୟାଗଡ଼ ଏବଂ ପୁରୀ ମିଳିଛି। ଆଦାନୀ ଗ୍ୟାସ ଲିମଟେଡକୁ ବାଲେଶ୍ୱର, ଭଦ୍ରକ ଏବଂ ମୟୁରଭଞ୍ଜ ଜିଲ୍ଲା ମିଳିଛି।

ସମ୍ବନ୍ଧିତ ଖବର