ଏହି କାରଣରୁ ବଦଳିଯିବ ଆଇଆରସିଟିସି ନାମ!

0 372

ନୂଆଦିଲ୍ଲୀ: ରେଳମନ୍ତ୍ରୀ ପିୟୁଷ ଗୋଏଲ ଆଇଆରସିଟିସିର ନାମକୁ ପରିବର୍ତ୍ତନ କରି ଏକ ଆକର୍ଷକ ନାମ ରଖିବା ପାଇଁ ଚିନ୍ତା କରୁଛନ୍ତି। ମନ୍ତ୍ରୀଙ୍କ କହିବାନୁସାରେ, କେବେ କେବେ ଏହାକୁ ମନେ ରଖିବା କଷ୍ଟକର ହୋଇଥାଏ। ଏହା ସ୍ଥାନରେ ଏମିତି କିଛି ନାମ ରହିବା ଉଚିତ ଯାହାକୁ ମନେ ରଖିବା ସହଜ ହେବ ଓ ଇଣ୍ଟରନେଟ ବ୍ରାଉଜିଂ କରିବା ସମୟରେ ଭୁଲିବେ ନାହିଁ। ରେଳ ବିଭାଗ ଏଥିପାଇଁ କିଛି ପ୍ରସ୍ତାବ ମଧ୍ୟ ଦେଇଛି। ଅଧିକାରୀମାନଙ୍କ ମଧ୍ୟରୁ ଜଣେ ସମ୍ଭାବିତ ନାମ ଭାବେ ରେଳଟ୍ରେବଲର ପ୍ରସ୍ତାବ ଦେଇଛନ୍ତି।

ଅନ୍ୟପକ୍ଷରେ କହିବାକୁ ଗଲେ ଆଇଆରସିଟିସିର ଏକ ବଡ଼ ଇ-କମର୍ସ ପ୍ଲେୟର ରହିଛି। ଆଇଆରସିଟିସ େଓ୍ଵବସାଇଟ୍‌ରୁ ପ୍ରତିଦିନ ପାଖାପାଖି ୫,୭୩, ୦୦୦ଟିକେଟ ବୁକ୍‌ କରାଯାଇଥାଏ। ଏହା ଭାରତୀୟ ରେଲେଓ୍ଵର କଞ୍ଜୁମର ଫେସ୍‌ । ଟିକେଟ ବ୍ୟତୀତ ଏଥିରେ ଅନ୍‌-ଓ୍ଵାର୍ଡ ଖାଦ୍ୟପାନୀୟ ଓ ଡ୍ରିଙ୍କିଙ୍ଗ୍‌ ଓ୍ଵାଟର ବୋତଲର ବ୍ୟବସାୟ ରହିଛି। ଏହାର ୩କୋଟିରୁ ଅଧିକ ରୋଜିଷ୍ଟର୍ଡ ବ୍ୟବହାରକାରୀ ଅଛନ୍ତି।

Panda Mobile only

ଏଠାରେ ଏଣିକି ଆପଣଙ୍କୁ କହି ରଖୁଛି କି,   ଭାରତୀୟ ରେଳବାଇ କେଟରିଙ୍ଗ ଆଣ୍ଡ ଟୁଇରିଜିମ୍‌  କପରେସନ୍‌ (ଆଇଆର୍‌ସିଟିସି) ଏକ ଅଫର ନେଇ ଆସିଛି ଯାହାକି ଟିକେଟ ଉପରେ ରିହାତ ପ୍ରଦାନ କରୁଛି। ଏହି ଅଫର ଜରିଆରେ irctc.co.in କିମ୍ବା ଆଇଆରସିଟିସି ଆପ୍‌ରେ ଟିକେଟ କାଟିଲେ ଆପଣଙ୍କୁ ୧୦ ପ୍ରତିଶତ ରିହାତି ସହିତ ୧୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ମିଳିବ। ଏହି ଟିକେଟ କେବଳ ଦୁଇଟି ପେମେଣ୍ଟ ଅପସନ୍‌ରେ ମିଳିବ।

ଆଇଆରସିଟିସି େଓ୍ଵବସାଇଟ irctc.co.in କିମ୍ବା ତାହାର ଆପ୍‌ରେ ଟିକେଟ ବୁକ୍‌ କରିବା ପରେ ପେଟିଏମ୍‌ ଓ ମୋବିଉଇକ୍‌ରୁ ପେମେଣ୍ଟ କରିବା ଦ୍ୱାରା ଯାତ୍ରୀଙ୍କୁ ଏହି ରିହାତି ମିଳିବ। ଆଇଆରସିଟିସିରେ ମୋବିଉଇକ୍‌ର ଆପ୍‌ରେ ଟଙ୍କା ପୈଠ କରିବା ଦ୍ୱାରା ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିଥାଏ। ସେହିପରି ପେଟିଏମ୍‌, ଫ୍ଲିପ୍‌କାର୍ଟ ଫୋନ୍‌ପେ ଜରିଆରେ ପୈଠ କଲେ ୧୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ମିଳିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.