ଯଦି ମନ୍ତ୍ରୀ ହୋଇନଥାନ୍ତି, ଏୟାର ଇଣ୍ଡିଆ କିଣିବାକୁ ନିଲାମ ପ୍ରକ୍ରିୟାରେ ବସିଥାନ୍ତି: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ କେନ୍ଦ୍ର ସରକାର ଭରପୂର ପ୍ରୟାସ କରୁଥିବାବେଳେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ନିଜର କିଛି ଅନୁଭୂତି କହିଛନ୍ତି | ସେ କହିଛନ୍ତି ଯେ ଏୟାର ଇଣ୍ଡିଆ ବହୁତ ଭଲ କମ୍ପାନୀ ହୋଇଥିବା ବେଳେ ଏହାକୁ ଯିଏ ବି କିଣିବେ ସେ ଲାଭରେ ରହିବେ | ସ୍ୱିଜରଲାଣ୍ଡର ଦାଭୋସରେ ଆୟୋଜିତ ଏକ ବୈଠକରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଏୟାର ଇଣ୍ଡିଆ ପାଖରେ ସବୁଠାରୁ ଭଲ ବିମାନ ରହିଛି |

image source-oneindia

ଦ୍ୱିପାକ୍ଷିକ ଚୁକ୍ତି କାରଣରୁ ଅଧିକାଂଶ ଦେଶର ଏୟାରଲାଇନ ସହ ଏୟାର ଇଣ୍ଡିଆର ସମ୍ପର୍କ ରହିଛି | କହିବାକୁ ଗଲେ ଏୟାର ଇଣ୍ଡିଆ ଏକ ସୁନାର ଖଣି | ଏହା ପରେ ପୀୟୂଷ ଗୋୟଲ କହିଥିଲେ ଯେ ଯଦି ମୁଁ କେନ୍ଦ୍ର ସରକାରରେ ମନ୍ତ୍ରୀ ହୋଇ ନଥାନ୍ତି ତେବେ ଏୟାର ଲାଇନ୍ସକୁ କିଣିବାକୁ ନିଲାମୀ ପ୍ରକ୍ରିୟାରେ ଭାଗ ନେଇଥାନ୍ତି | ଏଠାରେ ସୂଚନା ଥାଉ କି ଏୟାର ଇଣ୍ଡିଆ ଗତ ଦୁଇ ବର୍ଷ ମଧ୍ୟରେ ବହୁତ ଭଲ ପ୍ରଦର୍ଶନ କରିବାରେ ଲାଗିଛି | ୨୦ ପ୍ରତିଶତ ଅନ୍ତଃରାଷ୍ଟ୍ରୀୟ ଉଡ଼ାଣ ମାଧ୍ୟମରେ ପାଖାପାଖି ୨୮୫୬ କୋଟି ଟଙ୍କାର ଲାଭ ହୋଇଛି |

୨୦୧୮ ମସିହାରେ ଏୟାର ଇଣ୍ଡିଆକୁ ୫୧୪୯ କୋଟି ଟଙ୍କାର କ୍ଷତି ହୋଇଥିବାବେଳେ ୨୦୧୯ ମସିହାରେ ଏୟାର ଇଣ୍ଡିଆ ପ୍ରାୟ ୧୮୯୮୫ କୋଟି ଟଙ୍କାର ବ୍ୟବସାୟ କରିଥିଲା | ବର୍ତ୍ତମାନ ସୁଦ୍ଧା ଏୟାର ଇଣ୍ଡିଆ ଉପରେ ୨୨ ହଜାର କୋଟି ଟଙ୍କାର କରଜ ବାକି ରହିଛି | କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ୨୦୧୮ ମସିହାରେ ଏୟାର ଇଣ୍ଡିଆର ୭୬ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ | ତେବେ ଏହାକୁ କିଣିବାକୁ କେହି ଆବେଦନ କରିନଥିଲେ |

ସମ୍ବନ୍ଧିତ ଖବର