ଥାଇଲାଣ୍ଡରେ ପ୍ଲାଷ୍ଟୋର ଡିଲର ସମ୍ମିଳନୀ

ଭୁବନେଶ୍ବର: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ଲାଷ୍ଟୋର ଡିଲରମାନଙ୍କର ଏକ ସମ୍ମିଳନୀ ବିଦେଶରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଡିଲରମାନେ ଥାଇଲାଣ୍ଡ ଗସ୍ତ କରିଥିଲେ। ୬ ଦିନର ଏହି ଯାତ୍ରାରେ ଦେଶର ବିଭିନ୍ନ ଭାଗରୁ ୨୩୬ ଜଣ ଡିଲର ସାମିଲ ହୋଇଥିଲେ। ଏଥିରେ କମ୍ପାନିର ପ୍ରବନ୍ଧ ନିର୍ଦେଶକ ବିଶାଳ ଅଗ୍ରୱାଲ ଏବଂ ନିଶେଲ ଅଗ୍ରୱାଲ ମଧ୍ୟ ଥିଲେ। ଅତୀତରେ କମ୍ପାନି ପକ୍ଷରୁ ଥାଇଲାଣ୍ଡ, ଲଣ୍ଡନ ଏବଂ ରୁଷିଆ ଆଦିରେ ଡିଲର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖ ଯୋଗ୍ୟ କମ୍ପାନି ପକ୍ଷରୁ ଆଗାମୀ ଦିନରେ ଦୁଇଟି କାରଖାନା ନିର୍ମାଣ ଯୋଜନା ରହିଛି ଯେଉଁଥିରେ ପ୍ରାୟ ୪ ହଜାର କର୍ମଚାରୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର