ପିଏନବିର ୨୪୬.୫କୋଟି ନିଟ୍ ଲାଭ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ ଆର୍ଥିକ ଫଳାଫଳରେ ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସାନାଲ ବ୍ୟାଙ୍କ ୨୪୬.୫୧ କୋଟି ଟଙ୍କାର ନିଟ୍ ଲାଭ ସଂଗ୍ରହ କରିଛି । ଗତ ଆର୍ଥିକ ବର୍ଷର ଏହି ସମୟରେ ବ୍ୟାଙ୍କର ନିଟ୍ ଲାଭ ୨୩୦ କୋଟି ଟଙ୍କା ଥିଲା । ପୂର୍ବ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ବ୍ୟାଙ୍କର ନିଟ୍ ସୁଧ ଆୟରେ ମଧ୍ୟ ଶତକଡ଼ା ୮ ଅଭିବୃଦ୍ଧି ହୋଇ ୪ହଜାର ୨୯୦ କୋଟି ଟଙ୍କାରେ ପହଞ୍ଚି ପାରିଛି । ବ୍ୟାଙ୍କର ମୋଟ ଏନପିଏ ହ୍ରାସ ପାଇ ୭୭ହଜାର ୭୩୩କୋଟି ଟଙ୍କାରେ ଏବଂ ନିଟ୍ ଏନପିଏ ୩୩ହଜାର ୬୭୫ କୋଟି ଟଙ୍କା ରହିଛି ।

ସମ୍ବନ୍ଧିତ ଖବର