ପିଏନବି ମହାଠକେଇ ୨ ଇଡି ବହିଷ୍କୃତ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରୁ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ୧୪ ହଜାର କୋଟି ଟଙ୍କାରୁ ଅଧିକ ରାଶିର ଠକେଇ ମାମଲାରେ ସରକାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବ୍ୟାଙ୍କର ଦୁଇଜଣ କାର୍ଯ୍ୟନିର୍ବାହୀ ନିର୍ଦେଶକ(ଇଡି)ଙ୍କୁ ବହିଷ୍କୃତ କରିଛନ୍ତି। ସେମାନେ ହେଲେ କେ. ବୀରା ବ୍ରହ୍ମାଜୀ ରାଓ ଓ ସଂଜୀବ ସରନ୍। ସରକାର ଏମାନଙ୍କୁ ତତ୍କାଳ ଚାକିରିରୁ ବହିଷ୍କୃତ କରିଛନ୍ତି ବୋଲି ବ୍ୟାଙ୍କ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଏହି ନିର୍ଦେଶନାମାରେ କୁହାଯାଇଛି ଯେ ଦୁଇ ଜଣ କାର୍ଯ୍ୟନିର୍ବାହୀ ନିର୍ଦେଶକ ବ୍ୟାଙ୍କର କାର୍ଯ୍ୟ ଉପରେ ଉପଯୁକ୍ତ ନିୟନ୍ତ୍ରଣ ରଖିବାରେ ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର