ନୂଆଦିଲ୍ଲୀ: ଟେଲିକମ୍ ଜଏଣ୍ଟ କମ୍ପାନି ଏୟାରଟେଲ ଏକ ଅସୁବିଧାରେ ଫସି ଯାଇଛି। ଜମ୍ମୁ-କଶ୍ମୀରରେ ପୁଲିସ ଏୟାରଟେଲ ବିରୋଧରେ ବିଜୁଳି ଚୋରି କରିବା ମାମଲା ରୁଜୁ କରିଥିଲା। ଏୟାରଟେଲ ଉପରେ ବିଏସ୍ଏନ୍ଏଲ୍ ଜମ୍ମୁ-କଶ୍ମୀରର କାରଗିଲରେ ବିଜୁଳି ଚୋରି କରିବାର ଅଭିଯୋଗ ଲଗାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ, ବିଏସ୍ଏନ୍ଏଲ୍ର ଅଭିଯୋଗ ପରେ ଏୟାରଟେଲ ବିରୋଧରେ ବିଜୁଳି ଚୋରି କରିଥିବା ମାମଲା ରୁଜୁ କରାଯାଇଥିଲା। ୨୦୧୮ ଅଗଷ୍ଟ ତିନି ତାରିଖରେ ବିଏସ୍ଏନ୍ଏଲ୍ ତରଫରୁ ଏକ ଲିିଖିତ ଅଭିଯୋଗ ମିଳିଥିଲା। ଯେଉଁଥିରେ ଉଲ୍ଲେଖ ଥିଲା କି, କାରଗିଲ୍ରେ ବିଏସ୍ଏନ୍ଏଲ୍ର ମୋବାଇଲ ଟାଓ୍ଵାରରେ ଲାଗିଥିବା ଟ୍ରାନ୍ସଫର୍ମରରୁ ଏୟାରଟେଲର ଟାଓ୍ଵାର ବିଜୁଳି ଚୋରାଇ ନେଉଛି।
ପିଟିଆଇ ମୁତାବକ, କାରଗିଲର ଏସ୍ଏସ୍ପି ଗ୍ୟାଲପୋ ଏହି ମାମଲାର ଯାଞ୍ଚ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି। ଏହି ଟିମ୍ କାରଗିଲ ଡେପ୍ୟୁଟି ଏସ୍ପି ଇସତ୍ୟାକ ଏ କାଚୋଙ୍କ ନେତୃତ୍ୱରେ ଛାନ୍ଭିନ୍ କରିବ ଓ ଏହି କାମ ପିଡିଡି କାରଗିଲର କାର୍ଯ୍ୟକାରୀ ଅଧିକାରୀ ମହମ୍ମଦ ଅଲତାଫ ସାହାଯ୍ୟ କରିବେ।