୧୦ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ ସରକାରୀ ଚାକିରିର ସୁବର୍ଣ୍ଣ ସୁଯୋଗ, ପ୍ରକାଶ ପାଇଲା ଡାକ ବିଭାଗର ନିଯୁକ୍ତି ବିଜ୍ଞପ୍ତି

ନିକଟରେ ଭାରତୀୟ ଡାକ ବିଭାଗରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି ଆପଣ ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ତେବେ ଏହି ନିଯୁକ୍ତିରେ ପାଇଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ କିଛି ଜୁରୁରୀ ସୂଚନା ସମ୍ପର୍କରେ ଅବଗତ ହୋଇଯାଆନ୍ତୁ। ଏହି ପୋଷ୍ଟ ବର୍ତ୍ତମାନ ଉତ୍ତରପ୍ରଦେଶରେ ବାହାରିଛି ।

ଶିକ୍ଷାଗତ ଯୋଗ୍ୟତା- ୧୦ମ ପାସ୍‌, ସହିତ ଡ୍ରାଇଭିଂ ଲାଇସେନ୍‌ସ
ପଦବୀ ସଂପର୍କିତ ବିବରଣୀ-୧୯
ପଦବୀ ନାମ- କାର ଚାଳକ
ଆବେଦନ କରିବାର ଶେଷ ତାରିଖ-୨୪-୧୨-୨୦୧୮
ବୟସ ସୀମା- ଆଶାୟୀପ୍ରାର୍ଥୀଙ୍କର ବୟସ ୨୪-୧୨-୨୦୧୮ ଅନୁସାରେ ୧୮ରୁ ୨୭ ବର୍ଷ ବୟସ ମଧ୍ୟରେ ହୋଇଥିବା ଦରକାର ।
ଚୟନ ପ୍ରକ୍ରିୟା-ଏହି ଚାକିରି ପାଇଁ, ଡ୍ରାଇଭିଂ ଟେଷ୍ଟ ଅନୁସାରେ ଚୟନ କରାଯିବ
ଦରମା-୫,୨୦୦ରୁ ୨୦,୨୦୦ ଟଙ୍କା । ଏଥିସହିତ ଅନ୍ୟାନ୍ୟ ସୁବିଧା ବି ମଧ୍ୟ ମିଳିବ ।
ଆବେଦନ ଫିସ- ନିଃଶୁଳ୍କ
କିପରି କରିବେ ଆବେଦନ- ଆବେଦନ କରିବା ପାଇଁ ଆଶାୟୀପ୍ରାର୍ଥୀ ୱେବସାଇଟ୍‌ www.indiapost.gov.in କୁ ଯାଇ ଆବେଦନ କରିପାରିବେ ।

ସମ୍ବନ୍ଧିତ ଖବର