ଆକାଶ-ଶ୍ଲୋକାଙ୍କ ପ୍ରି-ୱେଡିଙ୍ଗ ପାଳନ ସମୟରେ ପୁଲଓ୍ଵାମା ସହିଦ୍‌ଙ୍କ ସମ୍ମାନରେ କରାଗଲା ପୂଜା

ମୁମ୍ବାଇ : ଝିଅ ଇଶାଙ୍କ ପରେ ଏବେ ନିଜ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ବିବାହକୁ ନେଇ ବ୍ୟସ୍ତ ଅମ୍ବାନୀ ପରିବାର । ବିବାହ କାର୍ଯ୍ୟକ୍ରମ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୧ପର୍ଯ୍ୟନ୍ତ ଚାଲିବ । ବିବାହ ପୂର୍ବରୁ ଅମ୍ବାନୀ ପରିବାରରେ ପ୍ରି-ଓଏଡିଙ୍ଗ ସେଲିବ୍ରେସନ ଆରମ୍ଭ ହୋଇ ସାରିଥିବା ବେଳେ ଏହାର ଅନେକ ଝଲକ ଦେଖିବାକୁ ମିଳିଛି । ଏହି ଅବସରରେ ଅମ୍ବାନୀ ପରିବାର ତରଫରୁ ଅନ୍ନ ସେବା ରଖାଯାଇଥିବା ବେଳେ ପୁଲଓ୍ଵାମାରେ ସହିଦ୍‌ ହୋଇଥିବା ଯବାନମାନଙ୍କ ପାଇଁ ମଧ୍ୟ ପୂଜା ରଖା ଯାଇଥିଲା ବୋଲି ଜଣାପଡ଼ିଛି । ଯବାନମାନଙ୍କୁ ଏଭଳି ସମ୍ମାନ ଜଣାଇଥିବାରୁ ଲୋକେ ତାଙ୍କର ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ।

ସୂଚନା ମୁତାବକ, ଗତ ମଙ୍ଗଳବାର ଅମ୍ବାନୀ ନିବାସ ଆଣ୍ଟେଲିଆରେ ଆକାଶ-ଶ୍ଲୋକାଙ୍କର ସଙ୍ଗୀତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ସଙ୍ଗୀତ ପରିବେଷଣ କରିଥିଲେ । ଏହି ସଙ୍ଗୀତ୍‌ କାର୍ଯ୍ୟକ୍ରମରେ ୧୬୦୦ଅତିଥି ଯୋଗ ଦେଇଥିବା ବେଳେ ସେଥିରେ ଅନେକ ବଲିଉଡ୍‌ ଷ୍ଟାର ମଧ୍ୟ ସାମିଲ ଥିଲେ ।

ସମ୍ବନ୍ଧିତ ଖବର