୨ ବର୍ଷ ମଧ୍ୟରେ ୮୫୧ଟି ଔଷଧର ମୂଲ୍ୟ ହ୍ରାସ ପାଇଛି 

ନୂଆଦିଲ୍ଲୀ : ଗତ ୨ ବର୍ଷ ମଧ୍ୟରେ ପ୍ରାୟ ୮୫୧ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ ପାଇଛି । ଏଗୁଡ଼ିକର ମୂଲ୍ୟ ମୁଖ୍ୟତଃ ୫ରୁ ୪୦ ପ୍ରତିଶତ ମଧ୍ୟରେ ହ୍ରାସ ପାଇଛି । ପ୍ରାୟ ୨୩୪ ଟି ଔଷଧର ମୂଲ୍ୟ ହାରାହାରି ୫ ପ୍ରତିଶତ ହ୍ରାସ ପାଇଛି ବୋଲି କହିଛନ୍ତି କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡବ୍ୟ । ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି ।  ୧୩୪ଟି ଔଷଧର ମୂଲ୍ୟ ୫ରୁ ୧୦ ପ୍ରତିଶତ ମଧ୍ୟରେ କମିଛି । ୯୮ଟି ଔଷଧର ମୂଲ୍ୟ ୧୦ରୁ ୧୫ ପ୍ରତିଶତ ମଧ୍ୟରେ କମିଛି । ୯୩ଟି ଔଷଧର ମୂଲ୍ୟ ୨୦ରୁ ୨୫ ପ୍ରତିଶତ ମଧ୍ୟରେ କମିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ଫାର୍ମାସୁଟିକାଲ ପ୍ରାଇସିଂ ଅଥରିଟି ପକ୍ଷରୁ ୪୬ଟି ପ୍ରଡକ୍ଟର ମୂଲ୍ୟ ୨୫ରୁ ୩୦ ପ୍ରତିଶତ ମଧ୍ୟରେ ହ୍ରାସ କରାଯାଇଛି । ୪୬ଟି ଔଷଧର ମୂଲ୍ୟ ୩୦ରୁ ୩୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି ।

 

ସମ୍ବନ୍ଧିତ ଖବର