ମନ ମୋହିଲା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ

ଭୁବନେଶ୍ବର: ଜନତା ମୈଦାନଠାରେ ଚାଲିଥିବା ପାଂଚ ଦିନିଆ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ର ଚତୁର୍ଥ ସଂନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ଦର୍ଶକଙ୍କ ମନ ଜିଣିଥିଲା। ଇଣ୍ଡିଆଜ୍ ଗଟ ଟ୍ୟାଲେଂଟ୍ ସୋ’ ଜିତିଥିବା ଏହି ଦଳର ‌ ‌ରୋବୋଟିକ୍ ଡ୍ୟାନ୍ସ ପରିବେଷଣ କରିଥିଲେ। ଏହା ବ୍ୟତୀତ ଦେଶଭକ୍ତି ଭିତ୍ତିକ ନିଜର ସିଗ୍‌ନେଚର୍ ନୃତ୍ୟକୁ ମଧ୍ୟ ପରିବେଷଣ କରିଥିଲେ।। ଏହା ପରେ ବିଶିଷ୍ଟ ଗାୟିକା ସୁସ୍ମିତା ଦାସଙ୍କ କଣ୍ଠର ଯାଦୁ ଶୁଣିବାକୁ ମିଳିଥିଲା। ତାଙ୍କୁ ନୃତ୍ୟରେ ସହଯୋଗ କରିଥିଲେ ମୋକ୍ଷ ଡ୍ୟାନ୍ସ ଗ୍ରୁପ୍। ସୁସ୍ମିତା ଫୁଲୋ ନେ ଜାକେ ବୁନ୍ଦୋସେ ପୁଛା, ନାଁ ଟି ତାର ଚମ୍ପା ଭଳି ଗୀତ ଗାଇ ଦର୍ଶକଙ୍କୁ ମତୁଆଲା କରିଥିଲେ।

ସମ୍ବନ୍ଧିତ ଖବର