ଫେସ୍‌ବୁକ୍‌ରେ ଏଣିକି ମନଇଚ୍ଛା କମେଣ୍ଟ କରି ପାରିବେ ନାହିଁ !

ନୂଆଦିଲ୍ଲୀ: ଏଣିକି ଫେସ୍‌ବୁକ୍‌ରେ ମନଇଚ୍ଛା କମେଣ୍ଟ କରି ପାରିବେ ନାହିଁ। ଆପଣଙ୍କ ଆକାଉଣ୍ଟ ସହିତ ଯୋଡ଼ି ହୋଇଥିବା ଅନ୍ୟ ଆକାଉଣ୍ଟକୁ ଯଦି କମେଣ୍ଟ କରିବା ପାଇଁ ସୀକୃତି ଦେଇଥିବେ, ତେବେ ଯାଇ ସେହି ବ୍ୟକ୍ତି ନିଜର ମତାବତ ଦେଇ ପାରିବ। ଏନେଇ ଫେସ୍‌ବୁକ୍‌ ‘ପ୍ରାଇଭେସି ସେଣ୍ଟିଙ୍ଗ’ ଉପରେ ପରୀକ୍ଷାନିରୀକ୍ଷା କରୁଛି। ଅର୍ଥାତ୍‌ ଆପଣ ଯାହା ଲେଖିବେ ତାହା ପୂର୍ବ ଅନୁମୋଦନ ହୋଇଥିବା ବ୍ୟକ୍ତି ହିଁ କେବଳ ଦେଖି ପାରିବ।

ଏଥିପାଇଁ ଆପଣଙ୍କୁ ପାଡ୍‌ଲକ୍‌ ଆଇକନ୍‌ ଉପରେ କ୍ଲିକ୍‌ କରିବାକୁ ପଡ଼ିବ। ତା’ପରେ ଯାଇ ସୁରକ୍ଷା ସେଟଂ ଅପସନ୍‌ ଆସିବ। ଏଥିରେ ଆପଣଙ୍କୁ ୪ଟି ବିକଳ୍ପ ସୂଚିତ ହେବ। ଯେଉଁଥିରେ ଫ୍ରେଣ୍ଡ ଓ ପୋଷ୍ଟ ଓନର୍‌ କେବଳ, ଫ୍ରେଣ୍ଡ ଓନ୍‌ଲି ଓ ପୋଷ୍ଟ ଓନଲ୍‌, କମେଣ୍ଟ ଓନ୍‌ଲି ଏବଂ ଅନ୍ୟ ସମସ୍ତେ ସୂଚନା ଥିବା। ଆପଣ ଯେଉଁ ବିକଳ୍ପକୁ ଚୟନ କରିବାକୁ ଆଗ୍ରହୀ ତାହାକୁ କରି ପାରିବେ। ବର୍ତ୍ତମାନ ଏହା ଲଘୁସ୍ତରୀୟ ପରୀକ୍ଷଣ ଯାହାକି କିଛି ବ୍ୟବହାରକାରୀଙ୍କ ପାଇଁ ହିଁ ଉପଲବ୍ଧ ରହିବ ବୋଲି ଶୁଣିବାକୁ ମିଳୁଛି। ଖୁବ୍‌ଶୀଘ୍ର ସମସ୍ତଙ୍କୁ ଏହି ସବୁିଧା ପ୍ରଦାନ କରାଯିବ।

ଏହି ଯୋଜନା ଦ୍ୱାରା ଫେସ୍‌ବୁକ୍‌ରେ କିଛି ଟିପ୍ପଣୀ ଦେବା ପୂର୍ବରୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ତେବେ ଏକ ରୋଲ ଆଉଟ୍‌ର ଅପେକ୍ଷା ରହିଛି। ଏହା ଆସିବାମାତ୍ରେ ଫେସ୍‌ବୁକ୍‌ରେ ଏହି ସୁବିଧାକୁ ଅପଡେଟ କରାଇ ଦିଆଯିବ ବୋଲି ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର