ଏଣିକି ଭାରତରେ ଛଅ ଘଣ୍ଟାରୁ ଅଧିକ ଖେଳି ହେବ ନାହିଁ ପବଜି ଗେମ୍ !
ନୂଆଦିଲ୍ଲୀ: ଭାରତରେ ଯୁବପିଢ଼ିଙ୍କ ମଧ୍ୟରେ ଅନ୍ଲାଇନ୍ ଗେମ୍ ପିୟୁବିଜି ମୋବାଇଲର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପବଜି ଭାରତରେ ଖୁବ୍ଶୀଘ୍ର ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି। ଯାହାକୁ ହେଲଥ୍ ରିମାଇଣ୍ଡର କୁହାଯାଉଛି। ଏହି ଫଚର ଲଞ୍ଚ ହେବା ଭାରତରେ ପବଜି ପ୍ଲେୟର ଗୋଟିଏ ଦିନରେ କେବଳ ଛଅଘଣ୍ଟା ହିଁ ଏହି ଖେଳକୁ ଖେଳି ପାରିବେ। ଛଅଘଣ୍ଟା ପୂରା ହେବା ପରେ ପ୍ଲେୟର୍ସଙ୍କୁ ଏକ ନୋଟିଫିକେସନ୍ ମିଳୁଛି ଓ ଗେମ୍ ବନ୍ଦ ହୋଇଯାଉଛି। ଏବଂ ସେମାନଙ୍କୁ ପୁର୍ନବାର ଗେମ୍ ଖେଳିବାକୁ ତା’ପର ଦିନକୁ ଅପେକ୍ଷା କରିବାକୁ ପଡ଼ିବ। ଏଯାବତ ମିଳିଥିବା
Sambad is now on WhatsApp
Join and get latest news updates delivered to you via WhatsApp
We appreciate your feedback on the Birthday Crate, and we apologize for this oversight. We will redesign the Birthday Crate and release it soon. Thank you for your continued support of PUBG MOBILE.
— PUBG MOBILE (@PUBGMOBILE) March 22, 2019
ସୂଚନା ଅନୁସାରେ, ଭାରତର କିଛି ବ୍ୟବହାରକାରୀଙ୍କୁ ଏହି ଗେମ୍ ତିନିଘଣ୍ଟା ଖେଳିବା ପରେ ସେମାନଙ୍କ ପାଖକୁ ‘ହେଲଥ୍ ରିମାଇଣ୍ଡର’ ନୋଟିଫିକେସନ୍ ମିଳୁଛି କି ଆପଣଙ୍କ ଗେମ୍ ବନ୍ଦ ହେବାକୁ ଯାଉଛି। ରିପୋର୍ଟରେ କୁହାଯାଉଛି କି ଏହି ପ୍ରତିବନ୍ଧ କେବଳ ୧୮ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ରହିଛି। କିନ୍ତୁ ଏହାକୁ ନେଇ କମ୍ପାନି କୌଣସି ଅଧିକାରିକ ସୂଚନା ଦେଇ ନାହିଁ।