ପିୟୁସି ସାର୍ଟିଫିକେଟ୍‌ ନଥିଲେ ଗାଡ଼ିର ବୀମା ହୋଇପାରିବନି

ନୂଆଦିଲ୍ଲୀ: ନିୟନ୍ତ୍ରଣାଧୀନ ପ୍ରଦୂଷଣ (ପିୟୁସି) ସାର୍ଟିଫିକେଟ୍‌ ନଥିବା ଗାଡ଼ିଗୁଡ଼ିକର ବୀମା ସହଜରେ ହୋଇପାରିବ ନାହିଁ। ଯେଉଁ ଗାଡ଼ି ପାଖରେ ଏହି ସାର୍ଟିଫିକେଟ୍‌ ନାହିଁ ସେମାନଙ୍କ ବୀମା ନକରିବାକୁ ଆଇଆର୍‌ଡିଏଆଇ ପକ୍ଷରୁ ବୀମା କଂପାନିଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଏକ ବିଜ୍ଞପ୍ତି ଜରିଆରେ ଆଇଆର୍‌ଡିଏଆଇ ଜଣାଇ ଦେଇଛି ଯେ, ଏକ ବୈଧ ପିୟୁସି ସାର୍ଟିଫିକେଟ୍‌ ନଥିଲେ ଗାଡ଼ିର ବୀମା କରାଅ ନାହିଁ। ପ୍ରତିବର୍ଷ ଗାଡ଼ି ବୀମାର ନବୀକରଣ କରାଯାଇଥାଏ। ଗତବର୍ଷ ଅଗଷ୍ଟରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ ଯେ, ଯେଉଁ ଗାଡ଼ିଗୁଡ଼ିକର ବୈଧ ପିୟୁସି ସାର୍ଟିଫିକେଟ୍‌ ନାହିଁ ସେମାନଙ୍କ ବୀମାର ନବୀକରଣ କରନାହିଁ। ଗାଡ଼ି ପ୍ରଦୂଷଣ ନିୟମକୁ ପାଳନ କରିବା ପାଇଁ ପିୟୁସି ସାର୍ଟିଫିକେଟ୍‌ ହାସଲ କରିବା ବାଧ୍ୟତାମୂଳକ।

ସମ୍ବନ୍ଧିତ ଖବର