‘ଲାବଣ୍ୟ’ରୁ କିସ୍ତିରେ କିଣିହେବ ଗହଣା

୨୭ରେ ନେହା କକ୍କର୍‌ ମ୍ୟୁଜିକାଲ୍‌ ନାଇଟ୍‌

ଭୁବନେଶ୍ୱର: ଲାବଣ୍ୟ ଜୁଏଲାରିରୁ ଗ୍ରାହକମାନେ କିସ୍ତି ଜରିଆରେ ଗହଣା କିଣିପାରିବେ। ଶୂନ ପ୍ରୋସେସିଂ ଫି’ ଓ ବିନା ସୁଧରେ ଲାବଣ୍ୟ ପକ୍ଷରୁ ଇଏମ୍‌ଆଇ ସୁବିଧା ପ୍ରଦାନ କରାଯିବ। ଏ ବିଷୟରେ ସଂସ୍ଥାର ନିର୍ଦେଶକ ସତ୍ୟେନ୍ଦ୍ର କୁମାର ମିଶ୍ର ଘୋଷଣା କରିଛନ୍ତି। ଇଏମ୍‌ଆଇ ଅଫର୍‌ରେ ଗ୍ରାହକମାନେ କିସ୍ତିରେ ଷ୍ଟଡେଡ୍‌ ଓ ହୀରା ଗହଣା କିଣିପାରିବେ। ୬୦ ମିନିଟ୍‌ ଭିତରେ ଗ୍ରାହକଙ୍କୁ ମଞ୍ଜୁରି ମିଳିଯିବ ବୋଲି ସେ କହିଛନ୍ତି।

ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ୨୭ ତାରିଖ (ରବିବାର) ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବାକୁ ଥିବା ନେହା କକ୍କର ମ୍ୟୁଜିକାଲ୍‌ ନାଇଟସ୍‌ ବିଷୟରେ ଘୋଷଣା କରିବା ସମୟରେ ଏହି କିସ୍ତି ଅଫରର ସୂଚନା ଦେଇଛନ୍ତି। ସେହି ମ୍ୟୁଜିକାଲ୍‌ ନାଇଟସ୍‌ରେ ଲାବଣ୍ୟର ଲକି ଡ୍ର’ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଚଳିତ ବର୍ଷ ଜାନୁଆରି ୧୫ରୁ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ଲାବଣ୍ୟରେ କୁପନ୍‌ ଅଫର୍‌ ଚାଲିଥିଲା। ସେହି ସମୟରେ ପାଞ୍ଚ ହଜାର ଟଙ୍କାରୁ ଅଧିକ କିଣାକିଣି କରିଥିବା ଗ୍ରାହକଙ୍କୁ ଲକି ଡ୍ର’ କୁପନ୍‌ ପ୍ରଦାନ କରାଯାଉଥିଲା। ଲକି ଡ’୍ରରେ ତିନି ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଚୟନ କରାଯାଇଛି। ପ୍ରଥମ ବିଜେତାଙ୍କୁ ହୁଣ୍ଡାଇ ଗ୍ରାଣ୍ଡ୍‌ ଆଇ୧୦, ଦ୍ୱିତୀୟଙ୍କୁ ହିରୋ ହୋଣ୍ଡା ପାସନ୍‌ ପ୍ରୋ ଓ ତୃତୀୟ ବିଜେତାଙ୍କୁ ଟିଭିଏସ୍‌ ସ୍କୁଟି ପେପ୍‌ ପୁରସ୍କାର ପ୍ରଦାନ କରାଯିବ। ଏହା ବ୍ୟତୀତ ଏହି ଅଫର ସମୟରେ ଏକ ଲକ୍ଷ ଟଙ୍କାରୁ ଅଧିକ କିଣାକିଣି କରିଥିବା ୩୦୦୦ ପ୍ରିଭିଲେଜ୍‌ ଗ୍ରାହକଙ୍କୁ ନେହା କକ୍କର୍‌ ମ୍ୟୁଜିକାଲ୍‌ ନାଇଟସ୍‌ର ପ୍ରବେଶ ପତ୍ର ମଧ୍ୟ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଏହି ଅବସରରେ ଲାବଣ୍ୟର ପ୍ରବନ୍ଧକ (ଅର୍ଥ) ନିର୍ମଳ କୁମାର ନାୟକ ଓ ମହାପ୍ରବନ୍ଧକ ସୀତାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଦୁର୍ଗାପୂଜା ସମୟରେ କେନ୍ଦୁଝରଠାରେ ଏକ ନୂଆ ଷ୍ଟୋର୍‌ ଖୋଲିବାକୁ ଲାବଣ୍ୟ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର