ଭୁବନେଶ୍ୱର, : ପୁରୀର ଗଜପତି ମହାରାଜ ଦିବ୍ୟସିଂହ ଦେବ ନାଲ୍କୋର ଭୁବନେଶ୍ୱର କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ କଂପାନିର ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦ ଓ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଆନ୍ତର୍ଜାତିକ ବଜାରରେ ନାଲ୍କୋ ଯେଉଁଭଳି ସଫଳତା ହାସଲ କରିଛି ତାହା ପ୍ରଶଂସାଯୋଗ୍ୟ ବୋଲି ସେ କହିଛନ୍ତି। ଏହି ଅବସରରେ ନାଲ୍କୋର ଅଧ୍ୟକ୍ଷ ଡକ୍ଟର ଚାନ୍ଦ ତାଙ୍କୁ ଏକ ଚାରା ଦେଇ ସ୍ୱାଗତ କରିଥିଲେ।