ପୁଷ୍ପ ମସଲାର ବ୍ୟାପକ ବର୍ଗ ଉତ୍ପାଦ

ଭୁବନେଶ୍ୱର: ଇନ୍ଦୋରର ପୁଷ୍ପ ମସଲା ପକ୍ଷରୁ ବ୍ୟାପକ ବର୍ଗର ମସଲା ବଜାରରେ ଉପଲବ୍ଧ କରାଯାଇଛି। ସେଗୁଡ଼ିକ ମଧ୍ୟରେ ପନିର ମସଲା, ତରକାରୀ ମସଲା, ଆଚାର ମସଲା ଆଦି ରହିଛି। ଏଥିସହିତ ଲଙ୍କା, ହଳଦୀ, ଧନିଆ ଏବଂ ଗରମ ମସଲା ସହିତ ସମସ୍ତ ପ୍ରକାର ସ୍ୱାଦ ପାଇଁ ଅନୁରୂପ ମସଲା ପ୍ରସ୍ତୁତ କରାଯାଇଛି। ପୁଷ୍ପ ବ୍ରାଣ୍ଡ୍‌ର ଆଚାର ମସଲା ସମଗ୍ର ଦେଶରେ ଆଦୃତି ଲାଭ କରିଛି। ଦେଶରେ ଗୃହିଣୀଙ୍କଠାରୁ ଆରମ୍ଭ କରି ହୋଟେଲ, ରେସ୍ତୋରାଁ, ସେଫ୍‌ ଆଦିଙ୍କ ପ୍ରଥମ ପସନ୍ଦ ପୁଷ୍ପ ବ୍ରାଣ୍ଡ୍‌ର ମସଲା ହୋଇପାରିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। କମ୍ପାନିର ପନିର ମସଲା ଓ ତରକାରୀ ବା ସବ୍‌ଜି ମସଲା କେବଳ ସ୍ୱାଦିଷ୍ଟ ନୁହେଁ ଶୁଦ୍ଧ ଓ ସ୍ୱାସ୍ଥ୍ୟକର ମଧ୍ୟ। ଏହି ମସଲାରେ ପ୍ରସ୍ତୁତ ତରକାରୀର ସ୍ୱାଦ ବହୁତ ବଢ଼ି ଯାଉଛି ବୋଲି କମ୍ପାନି କହିଛି।

ସମ୍ବନ୍ଧିତ ଖବର