ଆର୍‌ଏକେ ସେରାମିକ୍ସରେ ବ୍ୟାପକ ରେଞ୍ଜର ଟାଇଲ୍‌ ମିଳିବ: ସିଇଓ

ଭୁବନେଶ୍ୱର: ରାଜଧାନୀ ନିକଟ ଉତ୍ତରା ଛକ ନିକଟରେ ଆର୍‌ଏକେ ସେରାମିକ୍ସର ମେଗା ଏକ୍ସକ୍ଲୁସିଭ ସୋ’ରୁମ୍‌ ପ୍ରମିଳା ଏଣ୍ଟରପ୍ରାଇଜେସ୍‌ ଆଜି ଉଦ୍‌ଘାଟିତ ହୋଇଯାଇଛି। ଏହି ଅତ୍ୟାଧୁନିକ ସୋ’ରୁମ୍‌କୁ ଆର୍‌ଏକେ ସେରାମିକ୍ସର ସିଇଓ ଶରତ ଚଣ୍ଡକ୍‌ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଆର୍‌ଏକେ ସେରାମିକ୍ସର ସିଇଓ ଶ୍ରୀ ଚଣ୍ଡକ୍‌ କହିଲେ, ଓଡ଼ିଶା ତଥା ଭୁବନେଶ୍ୱର ଗ୍ରାହକଙ୍କୁ ବ୍ୟାପକ ବର୍ଗର ଉତ୍ପାଦ ଯୋଗାଇ ଦେବାରେ ଏହି ମେଗା ଏକ୍ସକ୍ଲୁସିଭ ସୋ’ରୁମ୍‌ ବିଶେଷ ସହାୟକ ହେବ। ଆର୍‌ଏକେ ସେରାମିକ୍ସ ବିଶ୍ୱର ୧୬୮ଟି ଦେଶରେ ଏହାର ଉତ୍ପାଦ ବିକ୍ରି କରୁଛି। ବିଶ୍ୱରେ କମ୍ପାନିର ୫ଟି ପ୍ଲାଣ୍ଟ ରହିଥିବାବେଳେ ଏଥିରୁ ୨ଟି ପ୍ଲାଣ୍ଟ ଭାରତରେ ରହିଛି। କମ୍ପାନି ୬୦୦ ପ୍ରକାରର ଭିଟ୍ରିଫାଏଡ ଟାଇଲ୍ସ ଏବଂ ୧୧୦୦ ପ୍ରକାରର ସେରାମିକ ଟାଇଲ୍ସ ନିର୍ମାଣ କରିଥାଏ, ତେଣ ଏହି ସୋ’ରୁମ୍‌ରୁ ଗ୍ରାହକମାନେ ବ୍ୟାପକ ରେଞ୍ଜର ଟାଇଲ୍‌ ପାଇପାରିବେ । ଆଗାମୀ ଦିନରେ କମ୍ପାନି ଓଡ଼ିଶାର ଅନ୍ୟାନ୍ୟ ସହରରେ ମଧ୍ୟ ଏଭଳି ସୋ’ରୁମ୍‌ ଖୋଲିବା ଯୋଜନା ରଖିଥିବା ସେ ସୂଚନା ଦେଇଥିଲେ। ନୂତନ ଭାବେ ଖୋଲିିଥିବା ସୋ’ରୁମ୍‌ରେ ଫ୍ଲୋର ଟାଇଲ୍‌, ଓ୍ଵାଲ ଟାଇଲ୍‌, ବାଥ୍‌ରୁମ୍‌ ଟାଇଲ୍‌, ପାର୍କିଂ ଟାଇଲ୍‌ ଆଦି ଉପଲବ୍ଧ ହେଉଛି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆର୍‌ଏକେ ସେରାମିକ୍ସର ପୂର୍ବ ଭାରତ ଜେନେରାଲ ମ୍ୟାନେଜର ପି. ସି. ମିଶ୍ର, ଜିଏମ୍‌ ଅସିତ ନନ୍ଦ, ଓଡ଼ିଶା ମୁଖ୍ୟ କୃଷ୍ଣଚନ୍ଦ୍ର ସାହୁ, ସୋ’ରୁମ୍‌ର ପାର୍ଟନର ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାହକମାନଙ୍କୁ ବ୍ୟାପକ ବର୍ଗର ଭଲ ଉତ୍ପାଦ ଏବଂ ଉତ୍ତମ ସେବା ଯୋଗାଇ ଦେବା ପାଇଁ ପ୍ରୟାସ କରାଯିବ ବୋଲି ଶ୍ରୀ ସାହୁ କହିଥିଲେ।

ସମ୍ବନ୍ଧିତ ଖବର