ବିମୁଦ୍ରାୟନ ନୁହେଁ, ଦେଶର ଅର୍ଥନୈତିକ ମାନ୍ଦାବସ୍ଥାର କାରଣ ରଘୁରାମ ରାଜନ: ନୀତି ଆୟୋଗ ଉପାଧ୍ୟକ୍ଷ

0 445

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ମାନ୍ଦାବସ୍ଥାର କାରଣ ବିମୁଦ୍ରୟନ ନୁହେଁ, ବରଂ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବୋଲି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ସୋମବାର  ମତ ରଖିଛନ୍ତି। ଅର୍ଥନୈତିକ ମାନ୍ଦାବସ୍ଥାର କାରଣ ବିମୁଦ୍ରାୟନ କି ବୋଲି ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏପରି କହିଛନ୍ତି। ଅଣ ନିଷ୍ପାଦିତ ସଂପତ୍ତି(ଏନ୍‌ପିଏ) ପରିଚାଳନା ଉପରେ ରଘୁରାମ ରାଜନଙ୍କ ନୀତି ଦେଶର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି। ତାହା ହିଁ ଅର୍ଥନୈତିକ ମାନ୍ଦାବାସ୍ଥାର କାରଣ ପାଲଟିଛି।

ନୋଟ୍‌ ବନ୍ଦୀ ସହ ଏହାର କୌଣସି ସଂପର୍କ ନାହିଁ। ୨୦୧୫-୨୦୧୬ ଆର୍ଥିକ ବର୍ଷର ଶେଷ ତିନି ମାସରୁ ଆରମ୍ଭ ହୋଇ କ୍ରମାଗତ ଭାବେ ୬ଟି ତ୍ରୈମାସିକିରେ ଅଭିବୃଦ୍ଧି ହାର ହ୍ରାସ ପାଇଥିଲା ବୋଲି କୁମାର କହିଛନ୍ତି। ଏନ୍‌ପିଏକୁ ଚିହ୍ନଟ କରିବାକୁ ଯେଉଁ ପରିବର୍ତ୍ତିତ ବ୍ୟବସ୍ଥା ରାଜନ ଲାଗୁ କରାଇଲେ ତାହା ଋଣ ଭାର ବୃଦ୍ଧି କରାଇଲା ବୋଲି ସେ ମତ ରଖିଛନ୍ତି।

ବିମୁଦ୍ରାୟନକୁ ସମର୍ଥନ କରି ନୀତି ଆୟୋଗର ଭାଇସ୍‌ ଚ୍ୟାୟାର୍‌ମ୍ୟାନ କହିଛନ୍ତି କି ‘ନୋଟ୍‌ ବନ୍ଦୀକୁ .ନେଇ  ମିଥ୍ୟା କଥା ପ୍ରଘଟ ହୋଇଛି। ମୁଁ ଏଥିପାଇଁ ଭୟଭୀତ ଯେ ମିଷ୍ଟର୍‌ ଚିଦାମ୍ବରମ୍‌ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରି ବ୍ୟକ୍ତି ବିମୁଦ୍ରାୟନ ବିପକ୍ଷରେ ମତ ରଖିଛନ୍ତି।’

ସମ୍ବନ୍ଧିତ ଖବର

Leave A Reply

Your email address will not be published.