ରେଡ୍ ମି ଗୋ ଜିଓ ଡିଜିଟାଲ ଲାଇଫ୍ ଅଫର୍

ଭୁବନେଶ୍ବର: ଜିଓ ପକ୍ଷରୁ ସ୍ବତନ୍ତ୍ର ରେଡ୍‌ ମି ଗୋ ଅଫର୍ ଘୋଷଣା କରାଯାଇଛି। ନୂଆକରି ଆସିଥିବା ସ୍ମାର୍ଟଫୋନ୍ ସାଓମି ରେଡ୍‌ମି ଗୋରେ ଜିଓ ପକ୍ଷରୁ ଆକର୍ଷଣୀୟ କ୍ୟାସବ୍ୟାକ୍ ଓ ଅତିରିକ୍ତ ଡାଟା ଗ୍ରାହକଙ୍କୁ ପ୍ରଦାନ କରାଯିବ। ସାଓମି ରେଡମି ଗୋ ଉପରେ ୨୨୦୦ ଟଙ୍କାର କ୍ୟାସବ୍ୟାକ୍ ଓ ୧୦୦ ଜିବିର ଅତିରିକ୍ତ ଡାଟା ୧୯୮ ଟଙ୍କା ଏବଂ ୨୯୯ ଟଙ୍କାର ରିଚାର୍ଜ ସହିତ ଉପଲବ୍ଧ ହେବ। ଯୋଗ୍ୟ ଗ୍ରାହକଙ୍କ ମାଇଁଜିଓ ଆପ୍‌ରେ ୫୦ ଟଙ୍କା ଲେଖାଏଁ ମୂଲ୍ୟର ୪୪ଟି ରିହାତି କୁପନ ଭାବେ ଏହି କ୍ୟାସବ୍ୟାକ୍ ରାଶି ମିଳିବ। ଏହି ଭାଉଚରଗୁଡ଼ିକୁ ୧୯୮ ଟଙ୍କା କିମ୍ବା ୨୯୯ ଟଙ୍କାର ରିଚାର୍ଜ ଉପରେ ବ୍ୟବହାର କରାଯାଇ ପାରିବ। ଅତିରିକ୍ତ ୧୦୦ ଜିବି ଡାଟାକୁ ଗ୍ରାହକମାନେ ୧୦ ଜିବି ଲେଖାଏଁ ଡାଟା କୁପନ୍ ହିସାବରେ ପାଇବେ।

ସମ୍ବନ୍ଧିତ ଖବର