ରେଳବାଇକୁ ସାମଗ୍ରୀ ଯୋଗାଣ ପୂରା କଲା ଜେଏସ୍‌ପିଏଲ୍

ନୂଆଦିଲ୍ଲୀ: ମେକ୍ ଇନ୍ ଇଣ୍ଡିଆର ସଫଳ ନିଦର୍ଶନ ସ୍ବରୂପ ନବୀନ ଜିନ୍ଦଲଙ୍କ ନେତୃତ୍ବାଧୀନ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ(ଜେଏସ୍‌ପିଏଲ୍) ରେଳବାଇକୁ ରେକର୍ଡ ସମୟ ମଧ୍ୟରେ ସାମଗ୍ରୀ ଯୋଗାଇ ଦେଇଛି। ରେଳଧାରଣାରେ ବିଛାଯାଉଥିବା ଲୁହା (ରେଲ୍) ଧାର୍ଯ୍ୟ ସମୟର ୪ ମାସ ପୂର୍ବରୁ ଯୋଗାଇ ଦେଇ କମ୍ପାନି ଏହି ସଫଳତା ହାସଲ କରିଛି। ରେଳବାଇ ଏହାର ଲଙ୍ଗ୍‌ ରେଲ୍ ପାଇଁ ଅନ୍ତର୍ଜାତୀୟ ଟେଣ୍ଡର କରିଥିଲା। ୨୫୦୦ କୋଟି ଟଙ୍କାର ଏହି ଟେଣ୍ଡର ମଧ୍ୟରୁ ଜେଏସପିଏଲ ୨୦ ପ୍ରତିଶତ କାର୍ଯ୍ୟାଦେଶ ହାସଲ କରିଥିଲା। ବର୍ଷକ ମଧ୍ୟରେ ରେଳବାଇକୁ କମ୍ପାନି ୯୭୪୦୦ ଟନ୍ ରେଲ୍ ଯୋଗାଇବାର ଆଦେଶ ରହିଥିଲା। ଗତବର୍ଷ ଅଗଷ୍ଟ ପ୍ରଥମରେ କମ୍ପାନି ଏହାର ରାଇଗଡ଼ ପ୍ଲାଣ୍ଟରୁ ପ୍ରଥମ ଦଫା ରେଲ୍ ପଠାଇଥିଲା। ଗତ ୨୨ ତାରିଖରେ କମ୍ପାନି ଏହାର ସମସ୍ତ ରେଲ୍ ପଠାଇବା କାର୍ଯ୍ୟ ସମାପ୍ତ କରିଛି। ଜେଏସପିଏଲ ପାଇଁ ଏହା ଏକ ଗୌରବର କଥା ବୋଲି କମ୍ପାନିର ଯୁଗ୍ମ ଏମଡି ନୌସାଦ ଅଖତର ଅନସାରି କହିଛନ୍ତି। ନିକଟରେ କମ୍ପାନି ରେଳବାଇଠାରୁ ଆହୁରି ୩୦୦୦୦ ଟନ୍ ରେଲ୍ ଯୋଗାଇବାକୁ କାର୍ଯ୍ୟାଦେଶ ଦେଇଛି।

ସମ୍ବନ୍ଧିତ ଖବର