ରେଳବାଇ ଖଟାଇବ ୧୫୦ ବିଲିଅନ ଡଲାର

ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ଆସନ୍ତା ପାଞ୍ଚ ବର୍ଷରେ ୧୫୦ ବିଲିଅନ ଡଲାର ନିବେଶ କରାଯିବ। ଏହା ଦ୍ୱାରା ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ରେଳବାଇକୁ ନୂଆ ପଥରେ ଆଗେଇ ନେବାକୁ ପ୍ରୟାସ କରୁଥିବା ଶ୍ରୀ ଗୋୟଲ କହିଛନ୍ତି ଯେ ରେଳବାଇ ସୁରକ୍ଷିତ, ନିରାପଦ ଏବଂ ଆରାମଦାୟକ ଯାତାୟାତ ସୁବିଧା ପ୍ରଦାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ବିଦ୍ୟୁତକରଣ ଉପରେ ରେଳବାଇ ଜୋରସୋରରେ କାମ ଆଗକୁ ବଢ଼ାଇବ। ଚାରି ବର୍ଷ ଭିତରେ ବିଦ୍ୟୁତକରଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକ୍ରିୟା ଶେଷ ହେଲେ ରେଳବାଇ ୩୦% ଖର୍ଚ କାଟ କରିପାରିବ। ଇନ୍ଧନ ଖର୍ଚ ବାବଦରେ ଏହା ବର୍ଷକୁ ୧୦,୦୦୦ କୋଟି ଟଙ୍କା ସଞ୍ଚୟ କରିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର