ବେରୋଜଗାରଙ୍କ ପାଇଁ ଖୁସି ଖବର, ରେଳବାଇର ୧ଲକ୍ଷ ୩୦ହଜାର ପଦବୀ ପାଇଁ ହେବ ବିନା ଇଣ୍ଟଭ୍ୟୁରେ ହେବ ନିଯୁକ୍ତି

ନୂଆଦିଲ୍ଲୀ: ରେଳବାଇରେ ଏକ ବଡ଼ ଧରଣର ନିଯୁକ୍ତି  ହେବ। ରେଳମନ୍ତ୍ରୀ ପିୟୁଷ ଗୋଏଲ ପାଟନାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ରେଲେଓ୍ଵରେ ପାଖାପାଖି ୧୦ହଜାର ଆରପିଏଫ୍‌ରେ ପଦ ପାଇଁ ନିଯୁକ୍ତି ହେବ। ଏଥିରେ ୫୦ ପ୍ରତିଶତ ସିଟ୍‌ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଏଥିସହିତ ରେଲେଓ୍ଵ ୧ଲକ୍ଷ ୩୦ହଜାର ପଦର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ୧ଲକ୍ଷ ୩୦ହଜାର ପଦରେ ନିଯୁକ୍ତି  କମ୍ପ୍ୟୁଟର ଅାଧାରିତ ପରୀକ୍ଷା (ସିବିଟି) ଆଧାରରେ ହେବ। ଆବେଦନକାରୀଙ୍କୁ ବିନା ଇଣ୍ଟରଭ୍ୟୁରେ ସେମାନଙ୍କ ପ୍ରଦର୍ଶନ ଆଧାରରେ ଚାକିରି ଦିଆଯିବ।

ଏହାପୂର୍ବରୁ ରେଳବାଇ ଫେବ୍ରୁଆରିରେ ଗ୍ରୁପ୍‌ ସି Alp & Techniciansର ୨୬ହଜାର ୫୦୨ ପଦ ଓ ଗ୍ରୁପ୍‌ ଡିରେ ୬୨ ହଜାର ୯୦୭ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଥିଲା। ରେଳବାଇ ଗ୍ରୁପ୍‌ ସି ପଦ ପାଇଁ ଭର୍ତ୍ତି ପରୀକ୍ଷା ଆୟୋଜିତ କରୁଛି। ଗ୍ରୁପ୍‌ ସି ପଦ ପାଇଁ ଅଗଷ୍ଟ ୯ରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହୋଇଥିଲା। ଆଜି ଅର୍ଥାତ୍‌ ଅଗଷ୍ଟ ୧୩ରେ କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା (ସିବିଟି) ହୋଇଛି। ଏହି ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଅଗଷ୍ଟ ୯ରେ ଜାରି କରାଯାଇଛି। ଅଗଷ୍ଟ ୧୩ ପରେ ଭର୍ତ୍ତି ପରୀକ୍ଷା ୧୪, ୧୭, ୨୦, ୨୧, ୨୯, ୩୦ ଓ ୩୧ରେ ହେବ। ପ୍ରତିଦିନ ପରୀକ୍ଷା ତିନିଟି ସିପ୍ଟରେ ଅର୍ଥାତ୍‌ ୧୦ଟା ରୁ ୧୧ଟା, ୧ଟାରୁ ୨ଟା ଓ ସନ୍ଧ୍ୟା ୪ଟାରୁ ୫ଟା ପର୍ଯ୍ୟନ୍ତ ହେବ। ଗ୍ରୁପ୍‌ ଡିର ପରୀକ୍ଷା ପାଇଁ ଅଗଷ୍ଟ ଶେଷ ମାସରେ ଆଡମିଟ କାର୍ଡ ଜାରି କରାଯିବ।

 

ସମ୍ବନ୍ଧିତ ଖବର