ରାଜ୍ ଇଲେକଟ୍ରୋନିକ୍ସର ପ୍ରାଇସ୍ ଚାଲେଞ୍ଜ ଅଫର୍

ଭୁବନେଶ୍ବର: ଧନତେରସ୍ ଓ ଦୀପାବଳି ଉପଲକ୍ଷେ ରାଜ୍ ଇଲେ‌କ୍‌ଟ୍ରୋନିକ୍ସ ଆକର୍ଷଣୀୟ ଅଫର ଘୋଷଣା କରିଛି। ଓଏଲଇଡି, କ୍ୟୁଏଲଇଡି, ଡାୟୋସ ରେଫ୍ରିଜରେଟର, ୫ ଷ୍ଟାର ଓ ଇନଭର୍ଟର ଏସିକୁ ଖୁବ୍ କମ୍ ଇଏମଆଇ ଓ ୦% ସୁଧରେ ଗ୍ରାହକ ନେଇପାରିବେ। ବଜାଜ୍ ଫାଇନାନ୍ସ ପକ୍ଷରୁ ଗ୍ରାହକଙ୍କ ପାଇଁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଗିଫ୍ଟ ଭାଉଚର ରହିଛି। ଦୀପାବଳି ମଧ୍ୟରେ ଗ୍ରାହକମାନେ ଫାଇନାନ୍ସରେ ଉତ୍ପାଦ କିଣିଲେ ଗୋଟିଏ କିସ୍ତିର ଦେୟ ମାଗଣା ପାଇପାରିବେ। ଗ୍ରାହକ ଆକର୍ଷଣୀୟ ପ୍ରାଇସ୍‌ରେ ଗୋଟିଏ ଉତ୍ପାଦ କିଣି ଦୁଇଟି ଉପହାର ପାଇବେ। ଏତଦ୍ ବ୍ୟତୀତ ବଛା ବଛା ୫୫ ଇଞ୍ଚ ଏଲଇଡି ଟିଭି ଓ ଏସି ସହିତ ୩୨ ଇଞ୍ଚର ଏଲଇଡି ଟିଭି ମାଗଣା ପାଇପାରିବେ। ସେହିଭଳି ବଛା ବଛା ଡାୟୋସ ରେଫ୍ରିଜରେଟର ସହିତ ୩୨ ଇଞ୍ଚର ଏଲଇଡି ଟିଭି କିମ୍ବା ମିନି ରେଫ୍ରିଜରେଟର ମାଗଣା ପାଇପାରିବେ। ଆକର୍ଷଣୀୟ ଏକ୍ସଚେଞ୍ଜ ଅଫର ମାଧ୍ୟମରେ ନୂଆ ଉତ୍ପାଦ କିଣି ସର୍ବାଧିକ ସଞ୍ଚୟ କରିପାରିବେ ବୋଲି ରାଜ୍‌ ଇଲେକଟ୍ରୋନିକ୍ସର ମ୍ୟାନେଜିଂ ପାର୍ଟନର ପ୍ରକାଶ କୁମାର ବିଶ୍ବାଳ କହିଛନ୍ତି। ଏଥିସହିତ ଧନତେରସ୍ (୫ ତାରିଖ)ରେ ରାଜ୍‌ ଇଲେକଟ୍ରୋନିକ୍ସର ସମସ୍ତ ୨୨ଟି ସୋରୁମରେ ଏକ ଆକର୍ଷଣୀୟ ଅଫର ମିଳିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର