ଭାରତ ଫେରିବାକୁ ଡରୁଛନ୍ତି ନିରବ

ମୁମ୍ବାଇ: ପିଏନବି ମହାଠକେଇର ମୁଖ୍ୟ ଅଭିଯୁକ୍ତି ନିରବ ମୋଦୀ ଭାରତ ଫେରିବାକୁ ଡରୁଛନ୍ତି। ଭାରତରେ ତାଙ୍କୁ ଭିଡ଼ ହତ୍ୟା ଭଳି ମାରିଦିଆ ନେଇ ସେ ଆଶଙ୍କା କରୁଛନ୍ତି। ଭାରତରେ ତାଙ୍କୁ ରାବଣ ଭଳି ଚିତ୍ରିତ କରାଯାଉଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ନିରବଙ୍କ ଓକିଲ ଆଜି ଏଠାରେ ପିଏମ୍‌ଏଲ୍‌ଏ କୋର୍ଟକୁ ଜଣାଇଛନ୍ତି। ତେଣୁ ସେ ଭାରତ ଫେରିପାରିବେ ନାହିଁ ବୋଲି କହିଛନ୍ତି। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ନିରବଙ୍କ ଏହି ଯୁକ୍ତିକୁ ବିରୋଧ କରାଯାଇଥିଲା। ଇଡିର ଆଇନଜୀବୀ ଦର୍ଶାଇଥିଲେ ଯେ ସେ ଯଦି ସେ ଜୀବନ ପ୍ରତି ବିପଦ ଥିବା ନେଇ ସେ ଆଶଙ୍କା କରୁଛନ୍ତି ତାହେଲେ ପୁଲିସକୁ ଏହା ସେ ଜଣାଇବା ସହିତ ଅଭିଯୋଗ କରିପାରିଥାନ୍ତେ। ପଳାତକ ଅର୍ଥନୈତିକ ଅପରାଧୀ ଆଇନ ଅନୁଯାୟୀ ନିରବଙ୍କୁ ପଳାତକ ଘୋଷଣା କରିବା ପାଇଁ ଇଡି ଇଡି ପିଏମଏଲଏ କୋର୍ଟରେ ଆବେଦନ କରିଛି। ଏହି ମାମଲାର ଶୁଣାଣି ବେଳେ ଉଭୟ ଇଡି ଓ ନିରବଙ୍କ ଓକିଲ ଏପ୍ରକାର ଯୁକ୍ତି ବାଢ଼ିଛନ୍ତି। ଇଡି ପକ୍ଷରୁ କୁହାଯାଇଥିଲା ଯେ, ସେ ଇ-ମେଲ୍ ସମେତ ସମନ୍‌କୁ ଗ୍ରହଣ କରୁଛନ୍ତି। କିନ୍ତୁ ତଦନ୍ତରେ ସହଯୋଗ କରୁନାହାନ୍ତି। ଏପରିକି ସେ ଭାରତ ଫେରିବାକୁ ଚାହୁନାହାନ୍ତି ବୋଲି ଇଡି ଆଇନଜୀବୀ କହିଥିଲେ। ତେବେ ନିରବଙ୍କ ଓକିଲ ବିଜୟ ଅଗରୱାଲ କହିଥିଲେ, ହୀରା ‌ବ୍ୟବସାୟୀ ଶ୍ରୀ ମୋଦୀ ପଠାଯାଉଥିବା ଇ-ମେଲକୁ ଗ୍ରହଣ କରୁଛନ୍ତି ଏବଂ ସୁରକ୍ଷା ଦୃଷ୍ଟିରୁ ଫେରିବାକୁ ସେ ତାଙ୍କର ଅକ୍ଷମତା ମଧ୍ୟ ପ୍ରକାଶ କରିଛନ୍ତି। ସେ ଦର୍ଶାଇଥିଲେ ଯେ, ନିରବ ଉଭୟ ଇଡି ଓ ସିବିଆଇକୁ ଚିଠି ଲେଖି ଜଣାଇଛନ୍ତି ଯେ, ପିଏନବି ମାମଲାରେ ଯେଉଁମାନେ ଗିରଫ ହୋଇଛନ୍ତି, ଯେଉଁମାନଙ୍କର ଋଣ ପରିଶୋଧ କରାଯାଇ ନାହିଁ ଏବଂ ଯେଉଁ ଗ୍ରାହକଙ୍କର ଗହଣାକୁ ଇଡି ଜବତ କରିଛି ସେମାନଙ୍କ ପରିବାର ବର୍ଗଙ୍କ ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ମୋର ୫୦ ଫୁଟର କୁଶ ପୁତ୍ତଳିକା କରାଯାଇ ତାକୁ ପୋଡ଼ାଯାଇଛି। ମୋତେ ରାବଣ ସହ ତୁଳନା କରାଯାଇଛି। ଭାରତରେ ‌ବ୍ୟାଙ୍କ ଜାଲିଆତିର ପୋଷ୍ଟର ବୟ ମୋତେ କରାଯାଇଛି ବୋଲି ନିରବ କହିଥିବା କଥା ଆଇନଜୀବୀ ଦର୍ଶାଇଛନ୍ତି। ତାଙ୍କୁ ପଳାତକ ଆର୍ଥିକ ଅପରାଧୀ ପାଇଁ ଇଡି କରିଥିବା ଆବେଦନକୁ ତାଙ୍କ ଓକିଲ ବିରୋଧ କରିଥିଲେ। ତେବେ ନିରବଙ୍କ ଓକିଲ କରିଥିବା ଯୁକ୍ତିର ଜବାବ ରଖି ଇଡି ଆଇନଜୀବର ହିତେନ ଭେନେଗାଓଁକର କହିଥିଲେ, ପଳାତକ ଆଇନ ସହିତ କୌଣସି ସମ୍ପର୍କ ନାହିଁ। ସେହିଭଳି ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଯାହା କୁହାଯାଉଛି ତାହା ମଧ୍ୟ ଠିକ୍ ନୁହେଁ। ଯାହାର ଜୀବନ ପ୍ରତି ବିପଦ ଥାଏ ସେ ପୁଲିସ କିମ୍ବା କୋର୍ଟରେ ଅଭିଯୋଗ କରିଥାଏ। କିନ୍ତୁ ଏହା ସେ କରିନାହାନ୍ତି ବୋଲି ଇଡି ଓକିଲ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର