ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ମାନ୍ଦାବସ୍ଥା ସମ୍ପର୍କରେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଗତକାଲି ମୁମ୍ବାଇଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟକୁ ଆଜି ପ୍ରତ୍ୟାହାର କରିନେଇଛନ୍ତି। ବିଭିନ୍ନ ଆଡ଼ୁ ପ୍ରବଳ ସମାଲୋଚନାର ଶିକାର ହେବା ପରେ କେନ୍ଦ୍ରମନ୍ତ୍ରୀ ତାଙ୍କ ବିବୃତିକୁ ଆଜି ଫେରାଇ ନେବାକୁ ବାଧ୍ୟ ହୋଇଛନ୍ତି। ରବିବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି, ତାଙ୍କ ବିବୃତିର ଗୋଟିଏ ଅଂଶକୁ ବିକୃତ କରି ଦିଆଯାଇଛି। ତେବେ ଜଣେ ସମ୍ବେଦନଶୀଳ ବ୍ୟକ୍ତି ହିସାବରେ ସେ ତାଙ୍କ ମନ୍ତବ୍ୟକୁ ଫେରାଇ ନେଉଛନ୍ତି ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଗୋଟିଏ ଦିନରେ ୩ଟି ସିନେମାର ଆୟ ୧୨୦ କୋଟି ଟଙ୍କା ରହିବା ତଥ୍ୟ ଦୃଷ୍ଟିରୁ ଠିକ୍ ଅଛି। ମୁଁ ଗତକାଲି ଦେଶର ସିନେମା ରାଜଧାନୀ ମୁମ୍ବାଇରେ ଥିବା ପରିପ୍ରେକ୍ଷୀରେ ଏହା କହିଥିଲି। ଗଣମାଧ୍ୟମ ସହିତ ହୋଇଥିବା ବାର୍ତ୍ତାଳାପର ସମୁଦାୟ ଅଂଶ ମୋ ସୋସିଆଲ ମିଡିଆରେ ରହିଛି। ଅକ୍ଟୋବର ୨ ତାରିଖ ଛୁଟିଦିନରେ ୩ଟି ସିନେମା ଯଦି ୧୨୦ କୋଟି ଟଙ୍କାର ବ୍ୟବସାୟ କରୁଛି ତାହେଲେ ଅର୍ଥନୀତିରେ ମାନ୍ଦାବସ୍ଥା ଆସିଲା କେଉଁଠୁ ବୋଲି ରବିଶଙ୍କର ଶନିବାର କହିଥିଲେ। ସେହିଭଳି ଦେଶରେ ବେକାରି ହାର ୪୫ ବର୍ଷ ମଧ୍ୟରେ ସବୁଠୁ ଖରାପ ବୋଲି ଏନଏସଏସଓ ଦେଇଥିବା ରିପୋର୍ଟ ଭୁଲ ବୋଲି ମନ୍ତ୍ରୀ କହିଥିଲେ।
ମାନ୍ଦାବସ୍ଥା ବଲିଉଡ୍ ମନ୍ତବ୍ୟ ଫେରାଇନେଲେ ରବିଶଙ୍କର
/sambad/media/post_attachments/wp-content/uploads/2019/10/fgfghfghfhdfhfdhdf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)