ରେପୋ ହାର କମିବା ପରେ ଶସ୍ତା ହେବ ଗୃହ, ଯାନବାହାନ ଋଣ

ମୁମ୍ବାଇ : ସାରା ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ ମହାମାରୀ ଯୋଗୁଁ ଅର୍ଥନୀତି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ରପୋ ହାର, ଅର୍ଥାତ ଯେଉଁ ହାରରେ ବ୍ୟାଙ୍କମାନେ ରିଜର୍ଭ ବ୍ୟାଙ୍କଠାରୁ ଋଣ ନିଅନ୍ତି, ୭୫ ବେସିସ ପଏଣ୍ଟ ବା ୦.୭୫ ପ୍ରତିଶତ ହ୍ରାସ କରିଛନ୍ତି । ଏହା ଫଳରେ ରେପୋ ହାର ୪.୪ ପ୍ରତିଶତକୁ କମିଆସିଛି । ଏହା ଫଳରେ ବ୍ୟଙ୍କମାନେ ନିଜର ଋଣ ସୁଧହାର ହ୍ରାସ କରିବା ସମ୍ଭାବନା ରହିଛି । ଏହା ଦ୍ୱାରା ଗୃହ, ଯାନବାହାନ ଓ ଅନ୍ୟନ୍ୟ ଋଣ ଶସ୍ତା ହେବା ସମ୍ଭାବନା ରହିଛି । ରିଜର୍ଭ ବ୍ୟାଙ୍କ ମଧ୍ୟ ରିଭର୍ସ ରେପୋକୁ ୯୦ ବେସିସ ପଏଣ୍ଟ ବା ୦.୯ ପ୍ରତିଶତ ହ୍ରାସ କରି ୪ ପ୍ରତିଶତ କରିଛନ୍ତି । ସେହିପରି ସିଆରଆର (କ୍ୟାସ ରିଜର୍ଭ ରେସିଓ) ଅର୍ଥାତ ବ୍ୟାଙ୍କମାନେ ନିଜ ନଗଦ ପୁଞ୍ଜିର ଯେଉଁ ଅନୁପାତ ରିଜର୍ଭ ବ୍ୟାଙ୍କ ନିକଟରେ ଜମାରଖିବା ବାଧ୍ୟତାମୂଳକ ତାହାକୁ ୧୦୦ ବେସିସ ପଏଣ୍ଟ ବା ୧ ପ୍ରତିଶତ ହ୍ରାସ କରି ୩ ପ୍ରତିଶତ କରିଛନ୍ତି । ଏହା ଫଳରେ ବ୍ୟାଙ୍କମାନଙ୍କ ପାଖରେ ଅଧିକ ନଗଦ ଟଙ୍କା ରହିବ ।

Image Source: Zee News

ଏସବୁ ଘୋଷଣା କରି ରିଜର୍ଭ ବ୍ୟାଙ୍କ ଗଭର୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ କରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ବିଶ୍ୱର ଅର୍ଥନୀତି ପ୍ରଭାବିତ ହେବ । ରିଜର୍ଭ ବ୍ୟାଙ୍କ ଏହି ସ୍ଥିତି ଉପରେ ନଜର ରଖିଛି । ଆଥିର୍କ ମାନ୍ଦାବସ୍ଥା ଯୋଗୁଁ ଆଥ#ର୍କ ଅଭିବୃଦ୍ଧି କମିବ ଓ ମୁଦ୍ରାସ୍ପୀତି ବଢିବ । ତେବେ ତେଲଦର କମିବା ଯୋଗୁଁ ମୁଦ୍ରାସ୍ପୀତି ଜନିତ ଚାପ ଟିକିଏ ଲାଘବ ହେବ ।

ସମ୍ବନ୍ଧିତ ଖବର