ଜାଣନ୍ତୁ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟକୁ ନେଇ କ’ଣ କରୁଛି ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ ବିମୁଦ୍ରାୟନ ନିଷ୍ପତ୍ତି ପରେ ପୁରୁଣା ୫୦୦ ଓ ୧୦୦ଟଙ୍କିଆ ଅଚଳ ହୋଇଯାଇଥିଲା। ତେବେ ଏହି ନୋଟଗୁଡ଼ିକୁ ନେଇ ଲୋକମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା କି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଏହି ଟଙ୍କାଗୁଡ଼ିକୁ ନେଇ କ’ଣ କରୁଛି।

ଆରବିଆଇ ଏହି ପ୍ରଶ୍ନର ଉତ୍ତର ଦେଇ କହିଛି, ପୁରୁଣା ନୋଟକୁ ନଷ୍ଟ କରିବାର ପ୍ରକ୍ରିୟା ଜାରି ରହିଛି। ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟକୁ ପ୍ରଥମେ ଗଣା ଯାଇଥାଏ। ଏହାପରେ ଟଙ୍କା ଅସଲି କି ନକଲି ତାହା ପରଖା ଯାଇଥାଏ। ଏହାପରେ ଆରବିଆଇ ବିଭିନ୍ନ ଶାଖାରେ ଥିବା ମ୍ୟାସିନ୍‌ ଜରିଆରେ ଏହି ନୋଟକୁ ଖଣ୍ଡଖଣ୍ଡ କରି କାଟି ଏକ ଟେଣ୍ଡର ପ୍ରକ୍ରିୟା ଦ୍ୱାରା ନଷ୍ଟ କରିଥାଏ। ଏହି ନୋଟଗୁଡ଼ିକର ଆଉ ପୁର୍ନବ୍ୟବହାର କରାଯାଇ ନଥାଏ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସମଗ୍ର ଦେଶରେ ପୁରୁଣା ନୋଟକୁ ଯାଞ୍ଚ କରିବା ପାଇଁ ପାଖାପାଖି ୫୯ କରେନ୍ସି ଭେରିଫିକେସନ୍‌ ଆଣ୍ଡ ପ୍ରୋସେସିଂ ମ୍ୟାସିନ୍‌ର ବ୍ୟବହାର କରାଯାଉଛି। ବିମୁଦ୍ରାୟନ ପରେ ଆରବିଆଇ ପାଖରେ ପାଖାପାଖି ୧୫.୨୭ଲକ୍ଷ କୋଟି ଟଙ୍କା ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ ଜମା ହୋଇଥିଲା।

ସମ୍ବନ୍ଧିତ ଖବର