ଆଜି ସକାଳ ୧୦ଟାରେ ସମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବେ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ଆଜି ସକାଳ ୧୦ଟାରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ଏକ ସମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବେ। ଏ ସଂକ୍ରାନ୍ତରେ ଟୁଇଟ୍ କରି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଲେଖିଛି, ଧ୍ୟାନ ଦିଅନ୍ତୁ, ଆଜି ସକାଳ ୧୦ଟାରେ ଆର୍‌ବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀର ସିଧା ପ୍ରସାରଣ।

ଜୁନ୍ ୩ରୁ ଜୁନ୍ ୫ ତାରିଖ ମଧ୍ୟରେ ଆର୍‌ବିଆଇର ମନିଟାରି ପଲିସି କମିଟି ଏବଂ ଆର୍‌ବିଆଇ ମଧ୍ୟରେ ହେବାକୁ ଥିବା ବୈଠକ ପୂର୍ବରୁ ଆଜିର ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି। ଜୁନ୍ ୫ ତାରିଖ ଦିନ କମିଟି ୨୦୨୦-୨୧ ବର୍ଷର ଦ୍ବିତୀୟ ଦ୍ବିମାସିକ ପଲିସି ଘୋଷଣା କରିବାର ସମ୍ଭାବନା ରହିଛି।

Image Source: India TV

କରୋନାଭାଇରସ୍ ମହାମାରୀ ଏବଂ ଲକ୍‌ଡାଉନ୍ ଯୋଗୁଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତା’ର ପ୍ରଥମ ଦ୍ବିମାସିକ ପଲିସି ଘୋଷଣା ଗୋଟିଏ ସପ୍ତାହ ପୂର୍ବରୁ ଅର୍ଥାତ୍ ମାର୍ଚ ୨୭ ତାରିଖ ଦିନ ଘୋଷଣା କରିବାକୁ ବାଧ୍ୟ ହୋଇଥିଲା।

ଋଣ ଗ୍ରହୀତା ଓ ଋଣଦାତାମାନେ ସମ୍ମୁଖୀନ ହେଉଥିବା ଚାପ ହ୍ରାସ ନିମନ୍ତେ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କେତେଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି। ମ୍ୟୁଚୁଆଲ୍ ଫଣ୍ଡ୍ ସମେତ ଅନ୍ୟାନ୍ୟ କେତେକ ଜିନିଷ ପାଇଁ ମଧ୍ୟ କିଛି କୋହଳ ବ୍ୟବସ୍ଥା କରିଛି ଏବଂ ଉପୁଜୁ ଥିବା ପରିସ୍ଥିତିକୁ ଚାହିଁ ଆହୁରି କିଛି ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛି।

 

ସମ୍ବନ୍ଧିତ ଖବର