ସୁଧହାର ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ବ୍ୟାଙ୍କ କିସ୍ତି ଶସ୍ତା ହେବାର ସମ୍ଭାବନା କ୍ଷୀଣ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ନିଜର ଦ୍ୱିମାସିକ ଋଣନୀତି ସମୀକ୍ଷା ପ୍ରକାଶ ପାଇଛି । ଏଥିରେ ରେପୋହାର ୬ ପ୍ରତିଶତରେ, ରିଭର୍ସ ରେପୋ ହାର ଓ ବ୍ୟାଙ୍କ ହାର ଯଥାକ୍ରମେ ୫.୭୫ ପ୍ରତିଶତ ଓ ୬.୨୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ମୁଦ୍ରାସ୍ପୀତି ନିୟନ୍ତ୍ରଣ କରିବା ଲକ୍ଷ୍ୟରେଏହି ପଦକ୍ଷେପ ନିଆଯାଇଥିବାଆରବିଆଇ ପକ୍ଷରୁ କୁହାଯାଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଧ୍ୟବର୍ତ୍ତିକାଳୀନ ସମୟ ପାଇଁ ଖାଉଟି ମୁଦ୍ରାସ୍ପୀତି ହାର ୪ ପ୍ରତିଶତ ରଖିବାର ଲକ୍ଷ୍ୟ ରଖାଯାଇଛି ।

ରିଜର୍ଭ ବ୍ୟାଙ୍କ ଯେଉଁ ହାରରେ ବ୍ୟାଙ୍କମାନଙ୍କୁ ଋଣ ଦିଏ ତାହାକୁ ରେପୋ ହାର ଓ ବ୍ୟାଙ୍କମାନେ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ନିକଟରେ ଟଙ୍କା ଜମା ରଖନ୍ତି ତାହାକୁ ରିଭର୍ସ ରେପୋ ହାର ବୋଲି କୁହାଯାଏ । ଏଣୁ ରେପୋହାର ଉପରେ ବ୍ୟାଙ୍କ ଋଣ ସୁଧର କିସ୍ତି ମହଙ୍ଗା ହେବ ବା ଶସ୍ତା ତାହା ନିର୍ଭର କରିଥାଏ । ଏଥର ରେପୋ ହାର ଅପରିବର୍ତ୍ତିତ ଥିବାରୁ ବ୍ୟାଙ୍କ ଇଏମଆଆଇ ବା କିସ୍ତି କମିବାର ସମ୍ଭାବନା କ୍ଷୀଣ ହୋଇଯାଇଛି ।

ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷର ୨ୟ ଭାଗରେ ଦେଶର ଖାଉଟି ମୁଦ୍ରାସ୍ପୀତି ହାର ୪.୩ରୁ ୪.୭ ପ୍ରତିଳତ ମଧ୍ୟରେ ରହିବ ବୋଲି ଆରବିଆଇ ଅଟକଳ କରିଛି ।

ସମ୍ବନ୍ଧିତ ଖବର