୨ ହଜାର ଟଙ୍କିଆ ନୋଟ୍‌ ମୁଦ୍ରଣ କମାଇପାରେ ରିଜର୍ଭ ବ୍ୟାଙ୍କ : ଏସବିଆଇ ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟ୍‌ର ଛାପା କମାଇବ କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିଦେବାର ସମ୍ଭାବନା ରହିଛି । ଏହି ସମ୍ଭାବନା ବ୍ୟକ୍ତି କରିଛି ଏସବିଆଇ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରୁ ।

ଲୋକସଭାରେ ଅର୍ଥନ୍ତ୍ରଣାଳୟ ପକ୍ଷରୁ ଗୋଟିଏ ରିଜର୍ଭ ବ୍ୟାଙ୍କ ରିପୋର୍ଟ ଓ ଏସବିଆଇ ଇକୋଫ୍ଲାସ୍‌ ରିପୋର୍ଟ ମଧ୍ୟରେ ଏକ ତୁଳନାତ୍ମକ ରିପୋର୍ଟ ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି ଯେ ମାର୍ଚ ୨୦୧୭ ସୁଦ୍ଧା ପ୍ରାୟ ୩୫୦୧ ଶହ କୋଟି ଟଙ୍କା ମୂଲ୍ୟର ସ୍ୱଳ୍ପ ମୂଲ୍ୟ ନୋଟ ପ୍ରଚଳନରେ ରହିଛି । ଏହାର ଅର୍ଥ ହେଉଛି ଡିସେମ୍ବର ୮ ସୁଦ୍ଧା ପ୍ରାୟ ୧୩୩୨୪ ଶହ କୋଟିର ଉଚ୍ଚ ମୂଲ୍ୟ ନୋଟ ପ୍ରଚଳନରେ ରହିଛି ।

ଅର୍ଥମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୧୬,୯୫୭ ନିୟୁତଟି ୫୦୦ ଟଙ୍କିଆ ନୋଟ୍‌ ଏବଂ ୩,୬୫୪ ନିୟୁତଟି ୨,୦୦୦ ଟଙ୍କିଆ ନୋଟ୍‌ ଡିସେମ୍ବର ୮ ସୁଦ୍ଧା ଛପାଯାଇଛି। ସେହି ସମସ୍ତ ନୋଟ୍‌ର ମୂଲ୍ୟ ହେଉଛି ୧୫,୭୮୭ ଶହ କୋଟି ଟଙ୍କା ।

ସମ୍ବନ୍ଧିତ ଖବର