ଦୀପାବଳି ପୂର୍ବରୁ ଆପଣଙ୍କ ହାତକୁ ଆସିବ ନୂଆ ୨୦ଟଙ୍କିଆ ନୋଟ, କ’ଣ ରହିଛି ଏହାର ବିଶେଷତ୍ୱ ଜାଣନ୍ତୁ

ନୂଆଦିଲ୍ଲୀ: ୨୦୧୬ରେ ବିମୁଦ୍ରାୟନ ପରେ ପରେ ଗୋଟିଏ ପରେ ଗୋଟିଏ ନୂଆ ଡିଜାଇନର ନୋଟ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଜାରି କରିବାରେ ଲାଗିଛି। ୫୦୦, ୨୦୦, ୧୦୦ ଓ ୫୦ଟଙ୍କିଆ ପରେ ଏବେ ଆରବିଆଇ ନୂଆ ୨୦ଟଙ୍କିଆ ନୋଟ ଜାରି କରିବା ଯୋଜନା ରଖିଛି। ଏହା ଖୁବ୍‌ଶୀଘ୍ର ଜାରି ହୋଇପାରେ ବୋଲି ଶୁଣିବାକୁ ମିଳୁଛି। ଆରବିଆଇ ପକ୍ଷରୁ ଏହି ନୂଆ ୨୦ଟଙ୍କିଆ ନୋଟର ଡିଜାଇନ୍‌ ଓ ପ୍ରିଣ୍ଟିଙ୍ଗ୍‌ ପେପର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଛି। କେବଳ ରଙ୍ଗକୁ ନେଇ ଟିକେ ଦ୍ୱନ୍ଦ୍ୱ ରହିଛି। ଯଥା ଶୀଘ୍ର ଏହାର ନିଷ୍ପତ୍ତି ନିଆଯାଇ ପ୍ରିଣ୍ଟିଙ୍ଗ୍‌ ଆରମ୍ଭ ହୋଇଯିବ। ମଡିଆ ରିପୋର୍ଟ ମୁତାବକ ୨୦ଟଙ୍କାର ନୂଆ ନୋଟ ଗାଢ଼ା ଲାଲରଙ୍ଗର ହୋଇପାରେ। ଏହି ନୋଟରେ ସ୍ୱଚ୍ଛ ଭାରତ ମିସନ୍‌ ଲୋଗ ସହିତ ମହାତ୍ମାଗାନ୍ଧୀ ସିରିଜର ହେବ ବୋଲି ଶୁଣିବାକୁ ମିଳୁଛି।

ସେହିପରି ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆରବିଆଇ) ସ୍ୱଚ୍ଛ ଭାରତ ଲୋଗୋ ଥିବା ମହାତ୍ମାଗାନ୍ଧୀ ସିରିଜର ଏକ ନୂତନ ୧୦୦ଟଙ୍କିଆ ନୋଟ ରିଲିଜ କରିଥିଲା। ଲାଭେଣ୍ଡର୍‌ ବା ଈଷତ ବାଇଗଣୀ ରଙ୍ଗର ଏହି ନୋଟଟି ସମ୍ପୂର୍ଣ୍ଣ ରୂପେ ଦେଶଜ ପଦାର୍ଥରେ ନିର୍ମିତ ହୋଇଛି।  ଜୁଲାଇ ୧୯ରେ ଆରବିଆଇ ପ୍ରଥମ ଥର ୧୦୦ଟଙ୍କିଆ ନୋଟର ଫଟୋ ଜାରି କରିଥିଲା।

ସମ୍ବନ୍ଧିତ ଖବର