ମାଲ୍ୟାଙ୍କ ସମ୍ପତ୍ତି ଜବତ ପାଇଁ ଅଦାଲତଙ୍କ ସାନି ନିର୍ଦେଶ

ନୂଆଦିଲ୍ଲୀ: ବିଜୟ ମାଲ୍ୟାଙ୍କ ବେଙ୍ଗାଲୁରୁ ସମ୍ପତ୍ତି ଆସନ୍ତା ଜୁଲାଇ ୧୦ ତାରିଖ ସୁଦ୍ଧା ଜବତ କରିବା ଲାଗି ଦିଲ୍ଲୀର ଏକ ଅଦାଲତ ଆଜି କର୍ଣ୍ଣାଟକ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଫେରା ଆଇନ ଉଲ୍ଲଂଘନ ମାମଲରେ ଏହି ନିର୍ଦେଶ ଦିଆଯାଇଛି। ପୂର୍ବରୁ ଗତବର୍ଷ ମେ ୮ରେ ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ କର୍ଣ୍ଣାଟକ ପୁଲିସକୁ ମାଲ୍ୟାଙ୍କ ସମ୍ପତ୍ତି ଜବତ କରିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଇଡିର ସ୍ବତନ୍ତ୍ର ଓକିଲ ଏହି ନିର୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଅଧିକ ସମୟ ମାଗିଥିଲେ। ମାମଲାର ପରବର୍ତୀ ଶୁଣାଣି ଜୁଲାଇ ୧୦ ତାରିଖରେ ହେବାକୁ ଥିବାରୁ ସେହି ସମୟ ସୁଦ୍ଧା ସମ୍ପତ୍ତି ଜବତ ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ବେଙ୍ଗାଲୁରୁ ପୁଲିସ ଅଦାଲତଙ୍କୁ ଜଣାଇଥିଲା ମାଲ୍ୟାଙ୍କର ୧୫୯ଟି ସମ୍ପତ୍ତି ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର